ଭୁବନେଶ୍ବର : କମିଶନରେଟ ପୋଲିସ ପାହାଳ ଥାନାର ନୂତନ ଗୃହକୁ ଭରଚୁଆଲ ମାଧ୍ୟମରେ ବୁଧବାର ଅପରାହ୍ନରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଥାନର ଅତ୍ୟାଧୁନିକ ନୂତନ ଗୃହ ନିର୍ମାଣ ପାଇଁ ସାଢ଼େ ୪କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୧୧ ହଜାର ୫୦୦ ବର୍ଗ ଫୁଟ ବିଲଡିଙ୍ଗରେ ଅଫିସ ଗୃହ, ବାରାକ୍ , ଅଭ୍ୟର୍ଥନା ପ୍ରକୋଷ୍ଠ , ମହିଳା ଏବଂ ପୁରୁଷ କଏଦୀ ଙ୍କ ପାଇଁ ପୃଥକ ପୃଥକ କାରାଗାର , ସୌଚାଳୟ, କନଫରେନ୍ସ ହଲ , ଆଦି ରହିଛି । ଉକ୍ତ ଉଦଘାଟନ ଉତ୍ସବରେ ଉଦଘାଟନ ଉତ୍ସବରେ ପୋଲିସ କମିଶନର ସଞୀବ ପଣ୍ଡା , ଭୁବନେଶ୍ୱର ଡିସିପି ପ୍ରତିକ୍ ସିଂ, ଅତିରିକ୍ତ ଡିସିପି ସେକ୍ ସରିଫ ଉଦ୍ଦିନ୍ ,ପାହାଳ ଥାନା ଆଇଆଇସି ବିୟୁଟି ମହାନ୍ତି,, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ସୂଲଚନା ଦାସ , ବାଲିଅନ୍ତା ଥାନା ଆଇଆଇସି ରବିନ୍ଦ୍ର ମହେର ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପାହାଳ ଥାନାର ଏସ ଆଇ ବିଭୁତି ଭୁଷଣ ମୁଦୁଲି, ଏ ଏସ ଆଇ ନୀଳାମ୍ବର ସାହୁ ପ୍ରମୁଖ ସମସ୍ତ ଅଫିସରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ରାଜନୈତିକ ବ୍ୟକ୍ତି ଏବଂସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମର ମୁରବୀ ମାନେ ଯୋଗଦାନ କରିଥିଲେ । କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ । ନିସର୍ତ୍ତ ନିୟୁଜ
