ସଂଯୁକ୍ତ କିଷାନ ମୋର୍ଚ୍ଚାର ବ୍ରହ୍ମପୁରଠାରେ ବିଶାଳ କୃଷକ ସମାବେଶ

ମୋଦୀ ସରକାରର କୃଷକ ବିରୋଧୀ ନୀତିକୁ ଦୃଢ଼ ବିରୋଧ

ବ୍ରହ୍ମପୁର : ଚାଷୀଙ୍କର ଉତ୍ପାଦିତ ସମସ୍ତ ଫସଲର ଡ଼ଃ.ସମୀନାଥନ କମିଶନ ସୁପାରିଶ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ,ଏମସପି ଦେବା ପାଇଁ ଆଇନ ଓ ଚାଷୀର ସମସ୍ତ ଋଣ ଛାଡ଼ କରିବା ଆଦି ଦାବୀ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବିଶାଳ କୃଷକ ସମାବେଶ ଆଜି ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଦକ୍ଷିଣାଞ୍ଚଳ ଜିଲ୍ଲା ମାନଙ୍କ କୃଷକ ମାନଂକୁ ନେଇ ଏକ ପଟୁଆର ଟାଟା ବେଞ୍ଜ ଛକ ଠାରୁ ବାହାରି କମାପଲ୍ଲୀ ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର କାର୍ଯ୍ୟାଳୟ ନିକଟରେ ଆୟୋଜିତ ସମାବେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ସଭାପତି ମଣ୍ଡଳୀରେ ଏଆଇକେସ ସମ୍ପାଦକ ନୀଳକଣ୍ଠ ଦାସ,ଓଡିଶା କୃଷକସଭା ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀ,ଅଖିଳ ଭାରତ କୃଷକ ମଜଦୂର ସଭାର ଜିଲ୍ଲା ସଭାପତି ପ୍ରତାପ ନାୟକ,ଋଷିକୁଲ୍ୟା ରୟତ ସଭା ନେତା ସିମାଞ୍ଚଳ ନାହାକ,ମାନବ ଅଧିକାର ସୁରକ୍ଷା ମଞ୍ଚ ର ଅବନୀ ଗୟା,ଚାଷୀ ମୁଲିଆ ସଂଘର ନିରାକାର ନାୟକଙ୍କ ଦ୍ୱାରା ଅନୁଷ୍ଠିତ ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ରାଜ୍ୟ ଆବାହକ ସଦସ୍ୟ ଭାଲଚନ୍ଦ୍ର ଷଡ଼ଙ୍ଗୀ,ଶଙ୍କର ସାହୁ ଯୋଗ ଦେଇ ଥିଲେ l ଅଖିଳ ଭାରତ କୃଷକ ସଭାର ଆଶିଷ କାନୁନଗୋ,ରାଜ୍ୟର ବରିଷ୍ଠ କୃଷକ ନେତା ଜଗନ୍ନାଥ ମିଶ୍ର, ଏଆଇକେଏସ ର ଶ୍ରୀହର୍ଷ ରଥ,କୈଳାଶ ଷଡ଼ଙ୍ଗୀ ଯୋଗଦେଇ କେନ୍ଦ୍ର ସରକାର ଚାଷୀଙ୍କୁ ଦେଇଥିବା ପ୍ରତିସୃତି ପାଳନ ନକରି ଚାଷୀ ମାନଙ୍କ ଉପରେ ଦମନ ଉତ୍ପୀଡ଼ନ ଚଳାଇଛନ୍ତି l ଏହାର ଜବାବ ଚାଷୀମାନେ ଆସନ୍ତା ନିର୍ବାଚନରେ ଦେବେ ବୋଲି ବକ୍ତବ୍ୟ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଗନ ଚନ୍ଦ୍ର ମଲ୍ଲିକ,ଏଆଇକେକେଏସ ର ଟୁନା ମଲ୍ଲିକ,ଦଣ୍ଡପାଣି ରଇତ,ଅଜୟ ଗୌଡ଼,ବିଭୁ ପାଣିଗ୍ରାହୀ,ସରପଞ୍ଚ ବୈରାଗୀ ବେହେରା,ଲଷ୍ମୀନୃସିଂହ ରଥ,ପ୍ରତାପ ପ୍ରଧାନ,ଶ୍ରୀନିବାସ ରାଓ, କାହ୍ନୁ ଚରଣ ପାତ୍ର ପ୍ରମୁଖ ଏହି ସମାବେଶରେ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.