ଵନଵିଭାଗ କବ୍ଜାରେ ୧୪ ମତ୍ସ୍ୟଜୀବୀ ଗିରଫ ସହ ଟ୍ରଲର ଜଵତ

ରାଜନଗର : ଵନଵିଭାଗର ସାମୁଦ୍ରିକ ଅଭୟାରଣ୍ୟରେ ମାଛମାରିବାକୁ ଯେତେ କଟକଣା ଯାରି ହେଉଛି, ଟ୍ରଲର ମାଲିକମାନେ ସେହି କଟକଣାକୁ ଫୁ କରି ନିୟମିତ ବେନୀୟମ ମାଛ ମାରିତାଲୁଥିବାରୁ ବନବିଭାଗର ନିଦ ହଜି ଯାଉଛି। ଏପରି ଏକ ଵେନିୟମ ଘଟଣା ଘଟିଯାଇଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ରେଞ୍ଜ ସାମୁଦ୍ରିକ ଅଭୟାରଣ୍ୟରେ ।ଏଠାରେ ମାଛମାଫିଆମାନେ ଏହି ସାମୁଦ୍ରିକ ଅଞ୍ଚଳକୁ କାମଧେନୁ ଗାଈ ସଦୃଶ୍ୟ କରିଦେଇଛନ୍ତି। ଏମାନଙ୍କ ପାଇଁ ସଵୁକିଛି ଵନଵିଭାଗର ନିୟମ କାନୁନ କାମଦେଉନାହିଁ। ବାରମ୍ବାର ବେନିୟମ ମାଛ ମାରୁଥିବାରୁ ବନଵିଭାଗ ଟ୍ରଲର ଜଵତ କରି ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରିଥିବା ନଜିରି ଅଛି। ବାରମ୍ବାର ଏପରି ଅନୀୟମିତ ଟ୍ରଲର ଫିସିଂର କାରଣ ହେଉଛି, ଯାହାକି ଗିରଫ ହୋଇଥିବା କେତେକ ମତ୍ସ୍ୟଜୀବୀ ଆଗରୁ ଅଭିଯୋଗ କରି ଆସୁଛନ୍ତି, ଯେ ଏଠାରେ ଜଣେ ଏସିଏଫଙ୍କର ସମ୍ପର୍କୀୟ ଲୋକ କୁଆଡେ ଏହି ସାମୁଦ୍ରିକ ଅଭୟାରଣ୍ୟରେ ସଵୁଵେଳେ ଟ୍ରଲରେ ଵେଆଇନ ଭାବେ ମାଛ ମାରୁଛନ୍ତି, ହେଲେ ବନ ବିଭାଗ ଅନ୍ୟମାନଙ୍କ ଉପରେ ଯେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, କିନ୍ତୁ ଏସିଏଫଙ୍କ ସମ୍ପର୍କୀୟଙ୍କ ଟ୍ରଲରକୁ ନଜର ଦେଉନାହିଁ।ଏହି ପରିପ୍ରେକ୍ଷୀରେ ଗତକାଲି ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଚିଞ୍ଚିରୀ ମୁହାଣ ଠାରୁ କିଛି ଦୂରେ ମା ସନ୍ତୋଷୀ ନାମକ ଟ୍ରଲର ବେଆଇନ ଭାବେ ମାଛ ମାରୁଥିଲା। ପେଟ୍ରୋଲିଂ କରୁଥିବା ବନବିଭାଗ ଟିମ ଟ୍ରଲରକୁ ଜଵତ କରିବା ସହ ୧୪ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଟ୍ରଲରେ ଥିବା ୩ଟି ଭିଏଚ୍ଏଫ୍, ୨ଟି ଜିପିଏସ୍, ଗୋଟିଏ ଫିସ୍ ଫାଇଣ୍ଡର, ୪ଟି ଜାଲ ଓ ୭କୁଇଣ୍ଟାଲ ୫୦କେଜି ମାଛ ଜଗତ କରାଯାଇଥିବା ବନଵିଭାର ସୂତ୍ରରୁ ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନେ ବାଲେଶ୍ଵର, ମୟୁରଭଞ୍ଜ, ଭଦ୍ରକ ଓ ପଶ୍ଚିମବଙ୍ଗ ଵୋଲି ଜଣାପଡିଛି।

nis-ad
Leave A Reply

Your email address will not be published.