ବିଜେଡି ଛାଡ଼ି ବିଜେପିରେ ମିଶିଲେ ‍‍ବବିଙ୍କ ଭିଣୋଇ ଅରିନ୍ଦମ ରାୟ

add-all

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ସେ ହେଉଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭିଣୋଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି।
ଅରିନ୍ଦମ ଆଜି ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭୁବନେଶ୍ୱର ସ୍ଥିତି ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ମନମୋହନ ସାମଲ ଆନୁଷ୍ଠାନିକ ଭାବେ ଶ୍ରୀ ରାୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଶ୍ରୀ ରାୟଙ୍କ ସହ ତାଙ୍କ ସମର୍ଥକମାନେ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଦଳ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ କଟକ ବିଜେପିର ବହୁ ନେତା ଉପସ୍ଥିତ ରହିଥିଲେ।
ଉଲ୍ଲେଖଯୋଗ୍ୟ, ଶ୍ରୀ ରାୟ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦ ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ନବୀନଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ତାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେଇନଥିବା ସେ ଅଭିଯୋଗ କରିଥିଲେ । ଏପରିକି ଗତ କିଛି ଦିନ ଧରି ନବୀନଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ମିଳିନଥିଲା ବୋଲି କହିଥିଲେ। । ଏଣୁ ଦଳରେ ତାଙ୍କର ସ୍ଥାନ କିଛି ନାହିଁ ବୋଲି ଅନୁଭବ କରିବା ପରେ ସେ ବିଜେଡିର ପ୍ରାଥମିକ ସଦସ୍ୟତା ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା କହିଥିଲେ। ଏହା ସହିତ ନବୀନ ତାଙ୍କର ସ୍ଥିତିକୁ ବୁଝିବେ ବୋଲି ସେ ଆଶାବାଦୀ ଥିବା ଓ ତାଙ୍କ ପ୍ରତି କୌଣସି ଦ୍ୱେଷ ବା କ୍ରୋଧ ନରଖିବାକୁ ଅନୁରୋଧ କରିଥିଲେ ।
ଶ୍ରୀ ରାୟ ହେଉଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ । ଗତ କିଛି ଦିନ ଧରି ତାଙ୍କର ପାରିବାରିକ ବିବାଦ ଲାଗିଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.