କ୍ୟାଡ଼ର ମାଓବାଦୀ ଙ୍କ ଅତ୍ୟାଚାର ରେ ଦୁଇଜଣ କୁଖ୍ୟାତ ମାଓବାଦୀ ଏସପି ଙ୍କ ନିକଟରେ ଆତ୍ମସମର୍ପଣ…

ମାଲକାନଗିରି :– ଆଜି ମାଲକାନଗିରି ଏସପି ଙ୍କ ନିକଟରେ ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇ ଜଣଙ୍କ ନାମ ହେଲା କଡ଼ତି ହୁରା ଏବଂ ଗଙ୍ଗା କାର୍ଯ୍ୟାମୀ । ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମା ଅଞ୍ଚଳ ଡ଼ିଆଇଜି ଚରଣ ସିଂ ମିନା ସୂଚନା ଦେଇଛନ୍ତି । ଏହି ଦୁଇ ମାଓବାଦୀ ଅନେକ ବଡ଼ ବଡ଼ ହିଂସାକାଣ୍ଡ ରେ ଜଡିତ ଥିବାବେଳେ ଏମାନଙ୍କ ନାମରେ ୬ଲକ୍ଷ ଲେଖାଁଏ ପ୍ରତି ମାଓବାଦୀ ଙ୍କ ନାମରେ ପୁରସ୍କାର ରହିଛି । ତେବେ ଏମାନେ ମାଓ ସଙ୍ଗଠନ ରେ ବଡ଼ ଓ କ୍ୟାଡ଼ର ମାଓବାଦୀ ଙ୍କ ଅତ୍ୟାଚାର ସହ ସଙ୍ଗଠନ ନିଜର ନୀତି ଆଦର୍ଶ ରୁ ଓହରି ଯାଇଥିବାରୁ ଏମାନେ ସାଧାରଣ ଜୀବନ ଯାପନ କରିବା ନିମନ୍ତେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ଆଜିର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ମାଲକାନଗିରି ଏସପି ନିତେସ ୱାଧୱାନି ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.