ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାରା ଶର୍ମା ହେଲେ ସିବିଆଇ ଡିଆଇଜି

add-all

ନୂଆଦିଲ୍ଲୀ/ଭୁବନେଶ୍ବର: ବରିଷ୍ଠ ଆଇପିଏସ ଅଧିକାରୀ ସାରା ଶର୍ମାଙ୍କୁ ସିବିଆଇ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ୨୦୧୦ ବ୍ଯାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଶ୍ରୀମତୀ ଶର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ୫ ବର୍ଷ ପାଇଁ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି।
ଗୃହ ମନ୍ତ୍ରାଳୟ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏହି ଅନୁମୋଦନ ପ୍ରଦାନ କରି ସାରା ଶର୍ମାଙ୍କୁ କେନ୍ଦ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ତୁରନ୍ତ ରିଲିଫ୍ ଦେବାକୁ ଅନୁରୋଧ କରିଛି। ମାର୍ଚ୍ଚ ୧୨ ତାରିଖର ଏହି ସରକାରୀ ଚିଠିରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆନୁଷ୍ଠାନିକ ରୂପ ଦିଆଯାଇଛି। ମଣିପୁରରେ ଜାତିଗତ ହିଂସାର ସିବିଆଇ ତଦନ୍ତ ସମୟରେ ସାରା ଶର୍ମାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଟିମର ଏକ ଅଂଶ ଭାବରେ ସେ ତଦନ୍ତରେ ନିଜର ଦକ୍ଷତା ଏବଂ ବୁଦ୍ଧି ଖଟାଇଥିଲେ। ଏହି ନିଯୁକ୍ତି ପୂର୍ବରୁ ସେ ସମ୍ବଲପୁରରେ ପୁଲିସ ଅଧୀକ୍ଷକ (ଭିଜିଲାନ୍ସ) ପଦବିରେ ରହିଥିଲେ।

ସୂଚନା ଅନୁଯାୟୀ ସାରା ଶର୍ମାଙ୍କୁ ୫ ବର୍ଷ ପାଇଁ ଡିଆଇଜି ପଦବିରେ ନିଯୁକ୍ତି ମିଳିଛି। ଏଥି ସହିତ ଅନ୍ୟ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି, ଯେଉଁଥିରେ ଡିଆଇଜି ପି ମୁରୁଗନଙ୍କ କାର୍ଯ୍ୟ ଅବଧି ୧୫ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବଢାଯାଇଛି। ଅନ୍ୟପକ୍ଷେ କେନ୍ଦ୍ରୀୟ ଏଜେନ୍ସିର ସିବିଆଇର ପୁଲିସ ଅଧ୍ୟକ୍ଷ ବିଧ୍ରୁତ ବିକାଶଙ୍କ କାର୍ଯ୍ୟ ଅବଧି ମଧ୍ୟ ୨୦୨୫ ଫେବ୍ରୁଆରି ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ad-week
Leave A Reply

Your email address will not be published.