ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରତିବାଦରେ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳିତ

ଭଦ୍ରକ : ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳିତ ହୋଇଯାଇଛି । ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ଏହି ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା | ବରପଦା ଇଞ୍ଜିନିୟରିଂ କଲେଜରୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବରଖାସ୍ତ ଓ ବରପଦା ଇଞ୍ଜିନିୟରିଂ କଲେଜ ସୋସାଇଟି ଭଙ୍ଗକରିବା ଦାବିରେ ଏହି ବନ୍ଦ ପାଳନ କରାଯାଇଛି।

ଆଜି ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ତ ଛକରେ ପିକେଟିଂ ସହ ରାସ୍ତା ଅବରୋଧ କରାଯାଇଛି। ବନ୍ଦ ଫଳରେ ଦୋକାନ ବଜାର ଗାଡ଼ିଚଳାଚଳ ବନ୍ଦ ରହିଛି।
ଜଣେ ଆନ୍ଦୋଳନକାରୀ କହିଛନ୍ତି, ବରପଦା ଇଞ୍ଜିନିୟରିଂ କଲେଜରେ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଆମେ ନ୍ୟାୟ ପାଇବା ଦାବିରେ ଏହି ବନ୍ଦ ଡାକରା ଦେଇଛୁ। ହେଲେ ଜିଲ୍ଲା ପ୍ରଶାସନ ଆମ ବନ୍ଦକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଛି। ଆମ ଜୀବନ ପ୍ରତି ବିପଦ ରହିଛି। ଯଦି ଆମ କିଛି ହୁଏ ଜିଲ୍ଲା ପ୍ରଶାସନ ଓ ନବୀନ ପଟ୍ଟନାୟକ ଦାୟୀ ରହିବେ।

ad-week
Leave A Reply

Your email address will not be published.