ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଦେଲା ୯ ଗ୍ୟାରେଣ୍ଟି

add-all

ଭୁବନେଶ୍ବର : ଓଡ଼ିଶାରେ ତେଲେଙ୍ଗାନା ଫର୍ମୁଲା ଆପଣାଇଲା କଂଗ୍ରେସ। ରାଜ୍ୟ କଂଗ୍ରେସ ଆଜି ଘୋଷଣା କରିଛି ନିଜ ନିର୍ବାଚନ ଇସ୍ତାହାର। ବିଜେପି ‘ମୋଦି ଗ୍ୟାରେଣ୍ଟି’ ଦେଇଥିବା ବେଳେ କଂଗ୍ରେସ ଏହାକୁ ଚେକ ଦେବାକୁ ଚେଷ୍ଟା କରିଛି। ସେଥିପାଇଁ ୯ଟି ଗ୍ୟାରେଣ୍ଟି ଲଞ୍ଚ କରିଛି। ଫୋକସରେ ରହିଛି ମହିଳା, କୃଷକ, ଯୁବକ ଯୁବତୀ, SHG।
ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ଘର ମୁଖ୍ୟ ମହିଳାଙ୍କୁ ୨ ହାଜର ଟଙ୍କା ଭତ୍ତା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗଙ୍କୁ ୨ ହଜାର ଟଙ୍କା ମାସିକ ଭତ୍ତା, ବେକାରୀଙ୍କୁ ୩ ହଜାର ଏବଂ କୃଷକଙ୍କ ପାଇଁ ମାସିକ ପେନସନ୍ ୨ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଇବାକୁ ନିଜ ଗ୍ୟାରେଣ୍ଟି ପତ୍ରରେ ଉଲ୍ଲେଖ କରିଛି କଂଗ୍ରେସ। ଖାଲି ସେତିକି ନୁହେଁ, ଚିଟଫଣ୍ଡ କ୍ଷତିଗସ୍ତଙ୍କୁ ୬ ମାସରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।
ଏହି ଅବସରରେ ବିଜେଡି ଓ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛି କଂଗ୍ରେସ। ଓଡ଼ିଶାକୁ ଗରିବରୁ ଅଧିକ ଗରିବ କରିବାରେ ବିଜେଡି ଓ ବିଜେପି ସରକାର ଦାୟୀ ବୋଲି ଅଭିଯୋଗ କରିଛି ଦଳ।

ad-week
Leave A Reply

Your email address will not be published.