ଗଣତନ୍ତ୍ରର ମହାପର୍ବ ପାଇଁ ଆମେ ପ୍ରସ୍ତୁତ : ମୋଦୀ

add-all

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏପ୍ରିଲ ୧୯ରୁ ଜୁନ୍ ପହିଲା ମଧ୍ୟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଜୁନ୍ ୪ତାରିଖରେ ଭୋଟ୍ ଗଣତି ହେବ। ଅଷ୍ଟାଦଶ ଲୋକସଭା ଗଠନ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଦେଶରେ ତୁରନ୍ତ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ କମିଶନଙ୍କ ଏହି ଘୋଷଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିବା ସହ ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆସିଛି। ନିର୍ବାଚନ ଆୟୋଗ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆମେ (ବିଜେପି-ଏନଡିଏ) ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସୁଶାସନ ଓ ଜନସେବାର ଟ୍ରାକ୍ ରେକର୍ଡ ଆଧାରରେ ଆମେ ଲୋକଙ୍କ ପାଖରେ ପହଞ୍ଚିବୁ। କ୍ରମାଗତ ତୃତୀୟ ଥର ପାଇଁ ୯୬ କୋଟିରୁ ଅଧିକ ଭୋଟର ଏବଂ ୧୪୦ କୋଟି ପରିବାର ସଦସ୍ୟଙ୍କ ସ୍ନେହ ଓ ଆଶୀର୍ବାଦ ପାଇବୁ ବୋଲି ମୋର ବିଶ୍ୱାସ ରହିଛି।

୧୦ ବର୍ଷ ପୂର୍ବେ ଯେତେବେଳେ ଆମେ ଦେଶର ଶାସନ ଭାର ସମ୍ଭାଳିଥିଲୁ, ସେତେବେଳେ ଦେଶ ଓ ଦେଶବାସୀ ଇଣ୍ଡି ମେଣ୍ଟର କୁଶାସନର ଶିକାର ହେଉଥିଲେ। ଦୁର୍ନୀତି ଓ ନୀତିଗତ ସ୍ଥାଣୁତାରୁ କୌଣସି କ୍ଷେତ୍ର ଅଛୁଆଁ ରହିନଥିଲା। ଦେଶ ନିରାଶାର ଗର୍ଭରେ ଥିଲା ଏବଂ ବିଶ୍ୱ ମଧ୍ୟ ଭାରତ ଉପରେ ବିଶ୍ୱାସ କରିବା ବନ୍ଦ କରିଦେଇଥିଲା । ଆମେ ଦେଶକୁ ସେହି ପରିସ୍ଥିତିରୁ ବାହାର କରିଛୁ ଏବଂ ଆଜି ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି ।

ad-week
Leave A Reply

Your email address will not be published.