ଭୋଜି ଖାଇ ୪୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

add-all

ପଟ୍ଟାମୁଣ୍ଡାଇ: ଭୋଜି ଖାଇ ୪୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ବିଲିକଣା ଗାଁରେ ଘଟିଛି ଏପରି ଘଟଣା |

ଶୁକ୍ରବାର ବିଲିକଣା ଗାଁର ଶ୍ରୀଧର ବେହେରାଙ୍କର ପୋଥି ବଢିଥିଲା। ମଧ୍ୟାହ୍ନରେ ଗାଁ ଲୋକଙ୍କୁ ଭୋଜି ଖାଇବାକୁ ଦିଆଯାଇଥିଲା। ସେଥିରୁ ଯାହା ବଳି ଯାଇଥିଲା, ସେହି ଖାଦ୍ୟକୁ ରାତିରେ ଖାଇବା ପାଇଁ ଦିଆଯାଇଥିଲା। ସେହି ଖାଦ୍ୟ ଖାଇବା ପରେ ୧୫ରୁ ଅଧିକ ପରିବାରର ପାଖାପାଖି ୪୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ବିଶେଷ କରି ଛୋଟ ଛୋଟ ପିଲା ବେଶୀ ଆକ୍ରାନ୍ତ ହୋଇଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଲୋକମାନେ ବାବର, ରାଜନଗର ଓ ପଟ୍ଟାମୁଣ୍ଡାଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତି ପ୍ରଭାବିତ ଗାଁରେ ସ୍ୱାସ୍ଥ୍ୟ କର୍ମୀ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ad-week
Leave A Reply

Your email address will not be published.