ମର୍ଣ୍ଣିଙ୍ଗ କ୍ଳବ୍ ରାତ୍ରୀ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

add-all

ଉଦଘାଟନୀ ମ୍ୟାଚ୍ ରେ ଜନତା ଏକାଦଶ କୁ ହରାଇ ଋତୁଭିକ ଫରାରି ମୁମ୍ବାଇ ଦଳ ବିଜୟୀ

ହିଞ୍ଜିଳିକାଟୁ ୧୬ / ୩ : ହିଞ୍ଜିଳିକାଟୁ ମର୍ଣ୍ଣିଙ୍ଗ କ୍ରିକେଟ କ୍ଲବ ଆନୁକୁଲ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ମିନି ଷ୍ଟାଡିୟମ ପରିସରରେ ରାତ୍ରୀ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,ଵିଜେଡି ରିଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପ୍ୟୈରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ବ୍ଳକ ବିଜେଡି ଯୁବ ସଭାପତି ମନୋଜ କୁମାର ସାଵତ‌ ଓ ପ୍ରେସ କ୍ଳବ୍ ହିଞ୍ଜିଳିକାଟୁ ସଭାପତି ଦ୍ଵିତୀକୃଷ୍ଟ ପଣ୍ଡା ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ‌। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଜନତା ଏକାଦଶ ଗଞ୍ଜାମ ସହ ଋତୁଭିକୀ ଫରାରୀ ମୁମ୍ବାଇ ଦଳ ମଧ୍ୟରେ ଖେଳ ହୋଇଥିଲା।ଜନତା ଏକାଦଶ ପ୍ରଥମେ ଟସର ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା।ଊତୁଭିକି ଫରାରୀ ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟ ରେ ୧୧୮ ରନ ସଂଗ୍ରହ କରିଥିଲା। ଜଵାଵରେ ଜନତା ଏକାଦଶ ଦ୍ଵିତୀୟ ରେ ବ୍ୟାଟିଂ କରି ୧୦ ୱକେଟ ବିନିମୟ ରେ ୫୮ ରନ ସଂଗ୍ରହ କରି ପରାଜିତ ହୋଇଥିଲା ।ରାଜା ସାମଲ ଓ‌ ମିଥୁନ ଖେଳ ପରିଚାଳନା କରିଥିଲେ। ଶ୍ରୀଧର, ସାଗର ଓ କାହ୍ନା ଧାରା ବିବରଣୀ ପ୍ରଦାନ କରିଥିଲେ।ଆୟୋଜକ କମିଟିର ସଭାପତି ନିଶିକାନ୍ତ ସାହୁ, ଚନ୍ଦ୍ର ଶେଖର ସାହୁ,ଜଗନ ଡାକୁଆ, ପ୍ରମୁଖଙ୍କ ସହ ଆୟୋଜକ କମିଟିରସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.