ଭିଜିଲାନ୍ସ ଜାଲରେ ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକାଦାର

add-all

ନୟାଗଡ଼: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକାଦାର। ବୋରୱେଲ ଖୋଳିବା ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ୟୁନିଟ୍‌ ପକ୍ଷରୁ ନୟାଗଡ଼ ଉଠାଜଳସେଚନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି।

ଏହି ଚଢାଉରେ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୈତାଇ ଓ ଠିକାଦାର ଶ୍ରୀକାନ୍ତ ପତିଙ୍କୁ ଗିରଫ କରାଯାଇଛି। କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ୯ ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ କନିଷ୍ଠ ଯନ୍ତ୍ରୀଙ୍କ ନୟାଗଡ଼ର ଭଡାଘର ଉପରେ ଚଢ଼ାଉ ଜାରି ରହିଛି।

ସୂତ୍ରରୁ ପ୍ରକାଶ ଯେ ଜଣେ ଅଭିଯୋଗକାରୀ ନୟାଗଡ଼ର ଉଠାଜଳସେଚନ ବିଭାଗର ଏକ ବୋରୱେଲ ପାଇଁ ଆବେଦନ କରିଥିଲେ ଏବଂ ତାଙ୍କ ପିତାଙ୍କ ନାମରେ ଏହାକୁ ମଞ୍ଜୁର କରିବାକୁ ଅନୁରୋଧ କରିଥିଲେ। ଭିଜିଲାନ୍ସ ଅନୁଯାୟୀ ଠିକାଦାର ପତିଙ୍କୁ ୯ ହଜାର ଟଙ୍କା ଦେବାକୁ ବୈତାଇ ଅଭିଯୋଗକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ ସେମାନଙ୍କୁ ଧରିଥିଲା। ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ ଅନୁଯାୟୀ ଏକ ମାମଲା ସେମାନଙ୍କ ବିରୋଧରେ ପଞ୍ଜୀକୃତ ହେବା ସହ ଅଧିକ ତଦନ୍ତ ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.