ପୁତ୍ର ସନ୍ତାନ ଜନ୍ମ ଦେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ

add-all

କୋଳରେ ପୁତ୍ର ସନ୍ତାନ ପାଇଲେ ସିଦ୍ଧୁ ମୁସେୱାଲାଙ୍କ  ବାପାମାଆ। ମୁସେୱାଲଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି ବାଲ କୌର ସିଂହ ଏବଂ ଚରଣ କୌର ସିଂହ। ବାଲକୌର ଏନେଇ ଫେସବୁକ୍ ପୋଷ୍ଟରେ ସୂଚନା ଦେଇଛନ୍ତି।

ବାଲ କୌର ସିଦ୍ଧୁ ମୁସେୱାଲାଙ୍କ ଫଟୋ ପାଖରେ ଶିଶୁପୁତ୍ରକୁ ଧରି ଉଠାଇଥିବା ଏକ ଫଟୋ ମଧ୍ୟ ଶେଆର୍ କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି, “ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦରେ ସର୍ବଶକ୍ତିମାନ ଶୁଭଙ୍କ ସାନଭାଇଙ୍କୁ ଆମେ କୋଳରେ ପାଇଛୁ। ୱେହେଗୁରୁଙ୍କ ଆଶୀର୍ବାଦରେ ପରିବାର ସୁସ୍ଥ ଅଛନ୍ତି। ସମର୍ଥନ ଓ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ।”

ପ୍ରକାଶ ଥାଉ କି, ସିଦ୍ଧୁ ମୁସେୱାଲଙ୍କ ମାଆଙ୍କୁ ୬୦ ବର୍ଷ ହେବାକୁ ଯାଉଛି। ସେ ଆଇଭିଏଫ୍ ଜରିଆରେ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି। 

୨୯ ମେ’ ୨୦୨୨ରେ ପଞ୍ଜାବର ମାନସା ଜିଲ୍ଲାରେ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇ ନିଜକୁ ଦାୟୀ କରିଥିଲେ। ପରେ ପୁଲିସ ଗୋଲ୍ଡି ବ୍ରାର ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ସ୍ପଷ୍ଟ କରିଥିଲା। ବର୍ତ୍ତମାନ ଅଭିଯୁକ୍ତମାନେ ଜେଲରେ ଅଛନ୍ତି। 

ad-week
Leave A Reply

Your email address will not be published.