ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କଲା ରାଜ୍ୟ ବିଜେପି

add-all

ଭୁବନେଶ୍ବର: ନିର୍ବାଚନ ବିଗୁଲ ବାଜୁ ବାଜୁ ବିଜେପି ତା’ର ନିର୍ବାଚନ କସରତ ଆରମ୍ଭ କରିଦେଇଛି। ଗତକାଲି ଭୁବନେଶ୍ୱର ରାଜ୍ୟ ଅଫିସରେ ହୋଇଥିବା ନିର୍ବାଚନ  କମିଟି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର କରିଛି ବିଜେପି। ନିର୍ଦ୍ଧାରିତ ୧୪୭ MLA, ୨୧ MP ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର ହୋଇଛି। ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ର ସଂସଦୀୟ ବୋର୍ଡକୁ ପଠାଯିବ। ଏହି ରିପୋର୍ଟରେ କେନ୍ଦ୍ର ସଂସଦୀୟ ବୋର୍ଡର ଚୂଡ଼ାନ୍ତ ମୋହର ବାଜିବ। ମୋହର ବାଜିବା ପରେ ରାଜ୍ୟ ବିଜେପି ତାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ।

ଏହାସହ ବିକଶିତ ଭାରତ ଗଠନ ପାଇଁ ଜନସହଭାଗିତା ଓ ଜନସହଯୋଗ ପାଇଁ ଦେଶବାସୀଙ୍କୁ ମୋଦି ଲେଖିଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ଯୋଜନା।

ଗତକାଲି ଭୁବନେଶ୍ୱର ଅଫିସରେ ସବୁ ବରିଷ୍ଠ ନେତାଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ସକାଳେ ପ୍ରଥମେ ରାଜ୍ୟ କୋର୍ କମିଟି ଓ ପରେ ରାଜ୍ୟ ନିର୍ବାଚନ କମିଟି ବୈଠକ ହୋଇଥିଲା। ଏହି ବୈଠକରେ ୨୦୨୪ ନିର୍ବାଚନ ଏକମାତ୍ର ଫୋକସ୍ ଥିଲା। ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସବୁ ବିଧାନସଭା ଓ ଲୋକସଭା ପାଇଁ ରାଜ୍ୟ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ଏହାର ସବିଶେଷ ରିପୋର୍ଟ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯିବ। ଏହା ସହିତ ବୈଠକରେ ମୋଦି ସରକାରର ୧୦ ବର୍ଷର ସଫଳତାକୁ ଘରେ ଘରେ ପହଞ୍ଚାଇବ, ଏ ସଂପର୍କରେ ଲୋକଙ୍କର ମତାମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି।

ad-week
Leave A Reply

Your email address will not be published.