
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସାଇବିହାର ଠାରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ଯ ଉପସ୍ଥିତିରେ
ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ଆୟୋଜିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡା, ଦାରିଙ୍ଗବାଡି, ରାଇକିଆ, ଜି ଉଦୟଗିରରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ବ ସେବାଦଳ ଅଂଶ ଗହଣ କରିଥିଲେ । କନ୍ଧମାଳ ଜିଲ୍ଳା ସତ୍ୟ ସାଇ ସଂଗଠନ ର ସଭାପତି ଡଃ ମଧୁସୁଦନ ମହାପାତ୍ର, ଫୁଲବାଣୀ ସାଇ ବିହାର ଆବାହକ ବ୍ୟତକେଶ ତ୍ରିପାଠୀ ରାଜ୍ୟ ସତ୍ୟସାଇ ସଂଗଠନ କାର୍ଯ୍ୟକର୍ତ୍ତା ରମା ବଲ୍ଲଭ ମହାପାତ୍ର, ସୋରଜ ମିଶ୍ର ଓ ମୋନୋରଞ୍ଜନ କର ଯୋଗ ଦେଇ ସତ୍ୟସାଇସଂଗଠନର ସଂକଳ୍ପ –୨୦୨୪ କୁ ବିଶ୍ଳେଷଣ କରିଥିଲେ ।ଜିଲ୍ଲାର ସାଧନ କର୍ମୀମାନେ ରାଜ୍ଯ ସମ୍ମିଳନୀରେ ଆଲୋଚିତ ବିଷୟ ଗୁଡିକର ଉପସ୍ଥାପନ ପରେ ସମିତି ଆବାହକ ମାନେ ଚଳିତବର୍ଷର କାର୍ଯ୍ଯଖସଡା ସ୍ବାମୀଙ୍କ ଦିବ୍ଯ ପାଦପଦ୍ମ ରେ ସମର୍ପଣ କରିଥିଲେ ।ପ୍ରାତଃକାଳରେ ଓମକାର,ସୁପ୍ରଭାତମ,ନଗର ସଂକୀର୍ତ୍ତନ ପରେ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଥିଲା।ଉକ୍ତ କାର୍ଯ୍ଯକ୍ରମରେ କନ୍ଧମାଳ ଜିଲ୍ଳାରେ ବାଳ ବିକାଶରେ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଆଧ୍ୟାତ୍ମିକ ଚେତନାରେ କିଭଳି ପରିବର୍ତ୍ତନ କରିବାକୁ ହେବ ଶିକ୍ଷା ଦିଆଯାଇଥିଲା।ସେହିପରି ନାରାୟଣ ସେବା ପାଇଁ ଗୁରୁତ୍ତ୍ଵ ଦିଆଯାଇଥିଲା ସାଇ ସେବକ କିପରି ହେବା ଆବଶ୍ୟକ ଓ ଭଜନ କିପରି ଗାଇବା ସେଥି ପ୍ରତି ଗୁରୁତ୍ତ୍ଵ ଦେବା ପାଇଁ ପ୍ରତ୍ୟେକ ସମିତିରେ ଭଜନ ତାଲିମ୍ ଦେବା ଆବଶ୍ୟତା ବୋଲି ଜିଲ୍ଳା ସଭାପତି ଗୁରୁତ୍ତ୍ଵ ଦେଇ ଆବାହକ ମାନଙ୍କୁ ପରାମର୍ଶ ଓ ଏକ ଆଧ୍ୟାତ୍ମିକ ପରିବେଶ ଗଠନ କରିବା ପାଇଁ ସମସ୍ତଙ୍କୁ ଚେଷ୍ଠା କରିବାକୁ କହିଥିଲେ।