
ଛତ୍ରପୁର : ଛତ୍ରପୁର ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକାର ଏକ ଅଧ୍ୟାୟ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”ର ପ୍ରଥମ ସୋପାନ ଅନୁଷ୍ଠିତ ହୋଇ ଯାଇଅଛି । ପରିଚାଳନା ସମିତିର ସଭାପତି ଶ୍ରୀ ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ରୁପେ ଗଞ୍ଜାମ ବିଭାଗ ନିରୀକ୍ଷକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ଯବକ୍ତା ରୂପେ ସଂଭାଗ ଶିଶୁବାଟିକା ସଂଯୋଜକ ବିଦ୍ୟାଭାରତୀଙ୍କ ଯୋଜନାରେ ଶିଶୁ ବାଟିକା ଶିକ୍ଷା ଏବଂ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ମାଆଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ। ପରିଚାଳନା କମିଟିର ଉପାଧ୍ୟକ୍ଷ ଶ୍ରୀମତୀ ଗୀତା ପାଢୀ ଉପସ୍ଥିତ ଥିଲେ। ପ୍ରଧାନାଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିଶୁ ବାଟିକାର ପ୍ରମୁଖ ଶ୍ରୀମତୀ ବି. ସୁଶୀଳା କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ସମ୍ପର୍କରେ ତାତ୍ପର୍ଯ୍ୟ ବୁଝାଇଥିଲେ । ବରିଷ୍ଠ ଆଚାର୍ଯ୍ୟା ମୀରାବାଈ ସାହୁ, ଭି ସରସ୍ଵତୀ, ଇଲାରାଣୀ ମିଶ୍ର, ସୁନୀତା ଶତପଥୀ,ମଧୁମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଏହି ବିଷୟରେ ଶିଶୁଙ୍କୁ ମାର୍ଗ ଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୭୫ଜଣ ଅଭିଭାବକ ଓ ଅଭିଭାବିକା ଯୋଗ ଦେଇଥିଲେ ।