
ଛତ୍ରପୁର : ଓଡିଶା ଟାଇକୋଣ୍ଡା ସଂଘ ତରଫରୁ ପୁରୀ ସଂସ୍କୃତି ଭବନ ପରିସରରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଜାତୀୟ ଟାଇକୋଣ୍ଡା ମହାସଂଘ ଯୁଗ୍ମ ସମ୍ପାଦକ ଅଜୟ କୁମାର ଦଲାଲ ଯୋଗଦେଇ ଓଡିଶା ରେ ଟାଇକୋଣ୍ଡା ର ପ୍ରଚାର ପ୍ରସାର ଏବଂ ଅଗ୍ରଗତି ନିମନ୍ତେ ରାଜ୍ୟ ଟାଇକୋଣ୍ଡା ସଂଘ ର କର୍ମକର୍ତ୍ତା ଚୟନ କରାଯାଇଥିଲା | ସେଥରେ ରାଜ୍ୟ ସଭାପତି ଭାବେ ଖୋର୍ଦ୍ଧା ଜିଲ୍ଲାର ବ୍ୟମୋ କେଶ ଅଭିଳାଷ ପ୍ରସାଦ, ସମ୍ପାଦକ ଭାବେ ପୁରୀ ଜିଲ୍ଲାର ମନମୋହନ ଭଞ୍ଜ, ନିର୍ବାଚିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର କୋଷାଧ୍ୟକ୍ଷ ଭାବେ କେ. ମନୋଜ ପ୍ରଧାନ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।
ଆଜି ସନ୍ଧ୍ୟାରେ ସ୍ଥାନୀୟ ଲକ୍ଷଣ ଭବନ ଠାରେ ଗଂଜାମ ଜ଼ିଲ୍ଲା ଆଥଲେଟିକ ସଂଘର ଉପ ସଭାପତି ପ୍ରଫୁଲ ପଟ୍ଟନାୟକ ଓ ଗଞ୍ଜାମ ଟାଇକୋଣ୍ଡୋ ସଙ୍ଘ ର କର୍ମକର୍ତ୍ତା ଡ଼ଃ.ଅନୀତା ମିଶ୍ର, ପ୍ରସାଦ ନାୟକ, ଲଳିତ କୁମାର, ବସୁ ନାୟକ,ପ୍ରୀତମ ବେହେରା, ପିୟୂଷ ପ୍ରସାଦ ଷଡ଼ଙ୍ଗୀ, ଦେବେନ୍ଦ୍ର ସାହୁ,ବବୁଲୁ ନାୟକ, ରାଜା ଦାସ କେମପି ସ୍ପୋର୍ଟ ଏକାଡେମୀ ର ଛାତ୍ର ଛାତ୍ରୀ ଓ ଅଭିବାବକମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ କେ.ମନୋଜ ପ୍ରଧାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହା ସାଂଗକୁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ କ୍ରୀଡ଼ାବିତମନେ ଶ୍ରୀ ପ୍ରଧାନ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।।