ଜେଲ ମଧ୍ୟରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ, ୭ ଜଣଙ୍କ ନାଁରେ ମାମଲା

add-all

ଖୋର୍ଦ୍ଧା: ଜେଲ ଭିତରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀଙ୍କ ଭିତରେ କୁହୁଳୁଛି ଅଶାନ୍ତି। ଗତକାଲି ଖୋର୍ଦ୍ଧା ଜେଲରେ ଅପରାଧୀ ଗୋଷ୍ଠୀ ଜଣେ ଅନ୍ତବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ କରିଛନ୍ତି ସଙ୍ଘ ବଦ୍ଧ ଆକ୍ରମଣ । ଏନେଇ ଖୋର୍ଦ୍ଧା ଟାଉନ ଥାନାରେ 7 ଜଣଙ୍କ ନାଁରେ ମାନଲା ରୁଜୁ ହୋଇଛି। ଆକ୍ରମର ଶିକାର ହୋଇଛି ଆସାମୀ ପ୍ରକାଶ ନାୟକ, ସେ କୋରେସ୍କ କଫ ସିରଫ ବେପାର ଘଟଣାରେ ଜେଲରେ କାଟୁଛି ସଜା।

ଜେଲରୁ ମୋବାଇଲ ମିଳିବା ଘଟଣାରେ ପୋଲିସକୁ ସୂଚନା ଦେଉଥିବା ସନ୍ଦେହ କରି ଆକ୍ରମଣ କରିଥିଲେ ଅନ୍ୟ କଏଦୀ । ପୂର୍ବରୁ ବ୍ରାଉନସୁଗାର ଓ ହତ୍ୟା ଘଟଣାରେ ଜେଲରେ ଥିବା ଆସାମୀମାନଙ୍କ ଠାରୁ ମିଳିଥିଲା 9 ଗୋଟି ମୋବାଇଲ। ପୂର୍ବରୁ ଗୋଟେ ମୋବାଇଲ ମିଳିବା ପରେ ତାକୁ ଆଧାର କରି କିପରି ମୋବାଇଲ ଜେଲ ଭିତରକୁ ଆସିଲାର ଖୋଳ ତାଳ କରୁ କରୁ ଆହୁରି 9 ଗୋଟି ମୋବାଇଲ ପୋଲିସକୁ ମିଳିଥିଲା।

ଜେଲ ଭିତରୁ ବ୍ରାଉନସୁଗାର କାରବାର ଅପରେଟିଂ ହେଉଥିବା ଜଣା ପଡିଥିଲା। ପୋଲିସ ପକ୍ଷରୁ ଏଦିଗରେ ଅଧିକ ତଦନ୍ତ ଚାଲିଥିବା ବେଳେ। ଗତକାଲିର ଏହି ଘଟଣା ଜେଲ ଭିତରେ ଯେ ସବୁ ଠିକ ଠାକ ଚାଲି ନାହିଁ ତାହା ସୂଚାଇ ଦେଇଛି । ଏନେଇ ଜେଲର ଗତକାଲିର ଘଟଣାକୁ ସ୍ୱୀକାର କରିଥିବା ବେଳେ 7 ଜଣଙ୍କ ନାଁରେ ମାମଲା ହୋଇଥିବା କହିଛନ୍ତି।

ad-week
Leave A Reply

Your email address will not be published.