ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା

add-all

ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ। ଜଗତସିଂହପୁର ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରେ ସେ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ, ଗୃହ ବିଭାଗ ସଚିବ ଓ ବିଜୟ ଶଙ୍କର ଦାସଙ୍କୁ ପକ୍ଷଭୁତ କରିଛନ୍ତି।

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଓ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ଆଣି ଜଗତସିଂହପୁର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବାନ୍ଧବୀ ସୋମାଲିକା ଦାଶ। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏପରିକି ମାମଲା ରୁଜୁ କରୁନଥିଲା। ଶାସକ ବିଜେଡି ବିଧାୟକ ହୋଇଥିବାରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା। ମାମଲାକୁ ବିଚାର କରି ଏଫ୍‌ଆଇଆର୍‌ ରୁଜୁ କରିବା ପାଇଁ ଗତ ଜାନୁଆରୀରେ ଜଗତସିଂହପୁର ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ କେବଳ ମାମଲା ରୁଜୁ କରିଥିଲା। ନା ସୋମାଲିକା ଙ୍କୁ ଡାକି ବୟାନ୍‌ ରେକର୍ଡ କଲା ନା ବିଜୟଶଙ୍କର ଡାକି ପଚରାଉଚରା କଲା। ପୂରା ଚୁପ୍‌ ବସିଛି ପୁଲିସ୍‌। ଇତି ମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତି ଗଲାଣି। ମାମଲାର ଅଗ୍ରଗତି ହେଉନଥିବାରୁ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୋମାଲିକା। ସେ ଦର୍ଶାଇଛନ୍ତି, ବିଜୟ ଶଙ୍କର ଜଣେ ଶାସକ ଦଳର ବିଧାୟକ ହୋଇଥିବାରୁ ପୁଲିସ୍‌କୁ ପ୍ରଭାବିତ କରି ରଖିଛନ୍ତି। ଯେଉଁଥିପାଇଁ ତଦନ୍ତରେ ଅଗ୍ରଗତି ଘଟୁନାହିଁ।

ad-week
Leave A Reply

Your email address will not be published.