ନିର୍ବାଚନ ପ୍ରସ୍ତୁତି ନେଇ ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

add-all

ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ୍ ଅଫିସରେ ଓଡିଶା ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା ।

ଏହି ବୈଠକରେ ଏଡିଜି ହେଡକ୍ବାଟର ଆରକେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, ଏସଆଇଡବ୍ଲୁ ଡିଆଇଜି ଉମା ଶଙ୍କର ଦାଶ, ଅପରେସନ ଡିଆଇଜି ଦେବଦତ୍ତ ସିଂ ଙ୍କ ସମେତ ବହୁ ବରିଷ୍ଠ ଆଇପିଏସ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ସହ ଭିଡିଓ କନଫରେନ୍ସିଂରେ ସମସ୍ତ ଜିଲ୍ଲାର ଏସପି, ଡିଆଇଜି ଓ ରେଞ୍ଜ ଆଇଜି ଏହି ବୈଠକରେ ଯୋଡି ହୋଇଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କିପରି ସୁରୁଖୁରରେ ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ ବୈଠକ ବସିଥିଲା ।

ଲୋକସଭା ସହ ରାଜ୍ୟରେ ନିର୍ବାଚନ ନେଇ କାର୍ଯ୍ୟସୂଚୀ ଆସି ସାରିଛି । ଚାରୋଟି ପର୍ଯ୍ୟାୟରେ ଓଡିଶାରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ ୧ ରେ ରାଜ୍ୟରେ ଭୋଟିଂ ହେବ । ଏଥିସହ ଜୁନ ୪ ରେ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ad-week
Leave A Reply

Your email address will not be published.