ମାଲକାନଗିରି : ମାଲକାନଗିରି ମୋଟୁ 326 ନମ୍ବର ଜାତୀୟ ରାଜପଥ ତଥା କାଲିମେଳା ଥାନା ଅନ୍ତର୍ଗତ mpv 23 ଗାଁ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟା ସମୟରେ ବିଶାଖାପାଟଣା ଯାଉଥିବା ସରକାରୀ ବସ ସହିତ ଏକ ପିକଅପ ଭେନ ମଧ୍ଯ ରେ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବସ ଡ୍ରାଇଭର ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ପିକଅପ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭର ସମେତ ଅନ୍ୟ 4 ଜଣ ଆହତ ହୋଇଛ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଏମଭି ୭୯ରୁ ଯାତ୍ରୀ ନେଇ ବିଶାଖାପାଟଣ ଯାଉଥିବା ବେଳେ ମାଲକାନଗିରି ପଟୁ ଏକ ପିକଅପ ଭ୍ୟାନରେ ଲୁହା ପାଇପ ବୋଝେଇ କରି କାଲିମେଳା ଆସୁଥିବା ସମୟରେ ଏମଭି ୨୩ ପେଟ୍ରୋଲ ପମ୍ପ ନିକଟରେ ବସ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା |ଦୁର୍ଘଟଣା ଏତେ ଭୟଙ୍କର ଥୂଲା ଯେ ପିକଅପ ଭ୍ୟାନରେ ଲୋଡ଼ ହୋଇଥିବା ଲୁହା ପାଇପ ବସ ଡ୍ରାଇଭରର ବେକ ରେ ପଶି ଯିବାରୁ ଘଟଣାସ୍ଥଳରେ ବସ ଡ୍ରାଇଭର ମୃତ୍ୟୁ ହୋଇ ଯାଇଥିବାର ଜଣାପଡିଛି ।ଏଥିରେ ଉଭୟ ବସ ଓ ଭେନ ଭାଙ୍ଗି ରୁଜି ଯାଇଚି। ମୃତ ଡ୍ରାଇଭର ଜଣଙ୍କ ଆନ୍ଧ୍ରପ୍ରଦେଶ ବିଜୟନଗରମ ଅଞ୍ଚଳର ଆର ବି ରାଓ ବୋଲି ସୂଚନା ମିଳିଛି । ସେହିପରି ପିକଅପ ଭ୍ୟାନ ଡ୍ରାଇଭର ମୋହନ ସୁନା ଅବସ୍ଥା ଗୁରୁତର ଥିବାରୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଥିବାର ଜଣା ପଡିଛି । ବସରେ ଥିବା ଅନ୍ୟାନ୍ୟ ଯାତ୍ରୀ ସୁରକ୍ଷିତ ରହିଥିବାବେଳେ ଘଟଣାସ୍ଥଳରେ କାଲିମେଳା ପୋଲିସ ପହଂଚି ଗାଡିଗୁଡିକୁ ଜବତ କରି ଅଧକ ତଦନ୍ତ ଚଳାଇଛନ୍ତି ।
