ୱାର୍ଡମେମ୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାଶ :ଗୁଣିଗାରେଡ଼ି ସନ୍ଦେହରେ କରିଥିଲେ ହତ୍ୟା…

ମାଓବାଦୀଙ୍କ ସନ୍ଦେହ ରୁ ହଟିଲା ପରଦା…

ଫୁଲବାଣୀ: ଆଜି ବି ଗ୍ରାମାଞ୍ଚଳରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ରହିଛି l ପୂର୍ବତନ ୱାର୍ଡମେମ୍ବର ଦମ୍ପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ l ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ
ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାହା ଜଣାପଡିଛି ପୂର୍ବତନ ୱାର୍ଡ ମେମ୍ବର ଦମ୍ପତିଙ୍କୁ ମାଓବାଦୀ ନୁହଁନ୍ତି , ଗ୍ରାମବାସୀହିଁ ହତ୍ୟା କରିଛନ୍ତି । ଗତ ୯ ତାରିଖରେ ସଲାଗୁଡ଼ା ପଞ୍ଚାୟତ କାଲି ବିହାରୀ ଗାଟା ନିକଟସ୍ଥ କାସେଗୁ ଜଙ୍ଗଲରେ ଲୁଇସିଂ ପଞ୍ଚାୟତର ପୂର୍ବତନ ୱାର୍ଡମେମ୍ବର (୨୦୧୨ ମସିହା) ତାହିରା କହଁର ଓ ତାଙ୍କ ସ୍ତ୍ରୀ ବତାସୀ କହଁର (୨୦୧୭ରେ ୱାର୍ଡମେମ୍ବର ଥିଲେ)ଙ୍କୁ ହତ୍ୟା କରାଯାଇଥିଲା। ଏ ନେଇ
ଅଭିଯୋଗକାରୀ ଅଙ୍ଗଦ କହଁର ଗୋଛାପଡା ଥାନା ରେ ଅଭିଯୋଗ କରିଥିଲେ ଯେ, ତାଙ୍କର ବାପା ଡାହିରା କହଁର (୪୭) ଓ ମା ବତାଶୀ କହଁର (୪୫) ଯେଉଁମାନେ କି କାଲିବିହାରୀ ଗାଟାରେ ଘର କରି ରହୁଥିଲେ । ଗତ ତା ୦୮.୦୩,୨୦୨୪ ରିଖରେ ସେ ଖବର ପାଇଲା ଯେ, ଅଜଣା ଆସାମୀ ତାର ବାପା ଓ ମା କୁ ପିଟି ପିଟି ମାରିଦେଇଛନ୍ତି । ଉକ୍ତ କେସର ତଦନ୍ତ ସମୟରେ ଦେଖାଗଲା ଯେ, ମୃତ ଡାହିରା କହଁର ଙ୍କ ଶରୀର ତାଙ୍କ ସ୍ତ୍ରୀ ମୃତ ଶରୀର ପାଖରୁ ୩୦୦ ମିଟର ଦୂରରେ ପଡିଥିଲା ଓ ମୃତ ଦେହ ପାଖରେ ଗୋଟିଏ ହାତୁଡି ପଡିଥିଲା । ଦୁଇ ଜଣଙ୍କୁ କୌଣସି ଓଜନିୟା ଅସ୍ତ୍ର ଦ୍ବାରା ମୁଣ୍ଡ ଏବଂ ମୁହଁ କୁ ଛେଚି ହତ୍ୟା କରାଯାଇଥିଲା ବୋଲି ସନ୍ଦେହ କରି ଅନୁସନ୍ଧାନ ଚଳାଇ ଥିଲା ଗୋଚ୍ଛାପଡା ପୋଲିସ lହତ୍ୟାରେ ସମ୍ପୂର୍ତ୍ତି ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି ଗୋଚ୍ଛାପଡା ପୋଲିସ ଏବଂ ଜଣେ ଫେରାର ଥିବା ମଧ୍ଯ କହିଚି । ଅଭିଯୁକ୍ତମାନେ ହେଲେ ସେହି ଗାଁର ମୁଖ୍ୟ ଅଭିଯୁକ୍ତ ସୁନୀଲ ଦିଗାଲ, ଭୀମ କହଁର, ରିଙ୍ଗ କହଁର, ଉଗ୍ରସେନ କହଁର, ନାଇବ କହଁର, ନାବିସନ କହଁର, ବୃଷଭ କହଁର, ଭରତ ଦିଗାଲ, ଗନ୍ଦରା କହଁର ଓ ରୀନା ଦିଗାଲ । ଆଉ ଜଣେ ଅଭିଯୁକ୍ତ ଫେରାର ଥିବାରୁ ତାକୁ ପୁଲିସ ଖୋଜୁଛି ବୋଲି କୁହାଯାଇଛି l ଆଗରୁ ଏହା ମାଓବାଦୀଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ଜିଲ୍ଲା ପୁଲିସ ଏହାକୁ ଖଣ୍ଡନ କରିଥିଲା ।ମୃତକଙ୍କ ପୁଅ ଅଙ୍ଗଦଙ୍କ ଏତଲାକ୍ରମେ ଗୋଛାପଡ଼ା ଥାନାରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଗୋଚ୍ଛାପଡ଼ା ଥାନାଧିକାରୀ ପ୍ରଭାତ ବେହେରା ତଦନ୍ତ ଚାଲୁ ରଖିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ
ତାହିରା ଓ ବତାସୀଙ୍କ ଘର ଲୁଇସିଂ ପଞ୍ଚାୟତ ଗୁମାନଦଣି ନିକଟସ୍ତ ଲୁଚୁକି ଗ୍ରାମ । ସେଠାରେ ସେମାନେ ବରାଳଦେବୀଙ୍କ ପୂଜା କରୁଥିଲେ। କିନ୍ତୁ ସେମାନେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ ଗାଁ ଲୋକେ। ଏହି ଅଭିଯୋଗରେ ତାଙ୍କୁ ଗାଁରୁ ତଡି ଦିଆଯାଇଥିଲା l ପରେ ଗୁମାଲଦାନୀ ଗ୍ରାମର ଲୋକ ମାନଙ୍କର ମୃତୁ ହେଉଛି ଓ ଦେହ ଖରାପ ହେଉଛି ବୋଲି ଭାବି ଗାଁ ଲୋକମାନେ ଗତ ୦୪.୦୩.୨୦୨୪ ରିଖରେ ଗୋଟିଏ ମିଟିଂ କରିଥିଲେ । ଏହି ମିଟିଂରେ ଗୁମାଲଦନୀ ଗ୍ରାମର ଭୀମ କହଁର, ରିଙ୍ଗ କହଁର, ଉଗ୍ରେସେନ କହଁର, ନାଇବ କହଁର, ନାବିସନ କହଁର, ବୃଷବ କହଁର, ଭରତ ଦିଗାଳ, ଗନ୍ଦରା କହଁର, ଅଜୟ କହଁର ଉପସ୍ଥିତ ଥିଲେ ଓ ଘର ପିଛା ୧୦୦୦୦ ଟଙ୍କା ଆଦାୟ କରିବେ ବୋଲି ରାଜି ହୋଇଥିଲେ ।
ସୁନିଲ ଦିଗାଲ, ପିତା – ସ୍ବର୍ଗତ ଲଙ୍କପତି ଦିଗାଲ, ଗ୍ରାମ – ରଞ୍ଜଣୀ, ଗୁମାଲଦାନୀ ଗ୍ରାମର ପାଖ ଗାଁ କିନ୍ତୁ ସେ ଫୁଲବାଣୀ ରେ ରହୁଥିଲା । ତାର ବାପା ଗତ ୨୦୨୩ ରେ ମୃତୁ ବରଣ କରିଥିଲା ଓ ତା ନିଜ ର ଦେହ ଖରାପ ହେଉଥିଲା ଯେଉଁଥୁପାଇଁ ତାହିରା ଆଉ ତା ସ୍ତ୍ରୀ ଗୁଣି କରି ଏପରି କରିଛନ୍ତି ବୋଲି ରାଗୁ ଥୁଲା । ଗୁମାଲଦାନୀ ଗାଁ ଲୋକ ମାନେ ସେ ଦୁଇ ଜଣଙ୍କୁ ମାରିବା ପାଇଁ ସୁନିଲ କୁ କହିଥିଲେ ଓ ତାକୁ ୪୦୦୦୦ ଟଙ୍କା ଦେଇଥିଲେ । ସୁନିଲ ସେ ଦୁଇ ଜଣଙ୍କୁ ମାରିବା ପାଇଁ ତା ୦୭,୦୩,୨୦୨୪ ରିଖ ରାତ୍ରିରେ ଫୁଲବାଣୀ ରୁ ଆସି ଗାଁ ରେ ପହଞ୍ଚିଥିଲା । ତା ୦୮.୦୩ ୨୦୨୪ ରିଖ ସନ୍ଧ୍ୟା ୪ ଘଣ୍ଟିକା ବେଳେ ଡାହିରା ଘରକୁ ଅଜୟ କହଁରଙ୍କ ସହିତ କାଲିବିହାରୀ ଗାଟା ଯାଇଥିଲା, ଯିବା ପୂର୍ବରୁ ରୀନା ଦିଗାଲ ତାଙ୍କୁ ଗୋଟିଏ ହାତୁଡ଼ି ଦେଇଥିଲା ଯାହାକୁ ସେ ପିନ୍ଧିଥିବା ଜ୍ୟାକେଟ ର ଭିତର ପକେଟ ରେ ଲୁଚାଇ ରଖୁଥିଲା । ଅଜୟ ବାଟରେ ରହିଲା । ସୁନିଲ ତାର ନିଜର ମା ଦେହ ଖରାପ ଅଛି କହି ବତାଶୀ କହଁର ଙ୍କୁ ନିଜ ଗାଁ କୁ ଯିବା କହି ଡାକିଲା । ଯିବା ବାଟରେ ହାତୁଡି ରେ ବତାଶୀ ର ମୁଣ୍ଡ ଓ ମୁହଁ କୁ ପିଟି ପିଟି ମାରିଦେଲା । ପୁଣି ଡାହିରା ପାଖକୁ ଯାଇଥିଲା , ଡାହିରା ଦୌଡ଼ି ପଳାଇଯାଉଥିବା ସମୟରେ ସୁନିଲ ତାକୁ ଧରି ସେହି ହାତୁଡିରେ ମୁଣ୍ଡ କୁ ପିଟି ପିଟି ହତ୍ୟା କରିଥିଲା ଓ ସେହି ଜାଗାରେ ହାତୁଡି ଛାଡି ପଳେଇଯାଇଥିଲା । ବାଟରେ ଅଜୁ @ ଅଜୟ କହଁର ସହିତ ଫେରିବା ବେଳେ ଜଙ୍ଗଲରେ ତାର ରକ୍ତ ଭିଜା ଜ୍ୟାକେଟ ଓ ପ୍ୟାଣ୍ଟ ଜଙ୍ଗଲରେ ଲୁଚାଇ ଗାଁ କୁ ଫେରିଗଲା ଓ ଫୁଲବାଣୀ ପଳାଇଗଲା । ଏହି ରକ୍ତ ଭିଜା ଜ୍ୟାକେଟ ଓ ପ୍ୟାଣ୍ଟକୁ ପୋଲିସ୍ ଜବତ କରିଅଛି ବୋଲି ସାମ୍ବାଦିକ ସମ୍ମିଳନୀ ଶ୍ରୀ ପାତ୍ର କହିଛନ୍ତି l

nis-ad
Leave A Reply

Your email address will not be published.