କନ୍ଧ କୁମ୍ଭାର ସମାଜର ବିଜୟ ଦିବସ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶିପଡ଼ାରେ କନ୍ଧକୁମ୍ଭାର ସମାଜର ବିଜୟ ଦିବସ ପାଳିତ ହୋଇ ଯାଇଛି l କନ୍ଧ କୁମ୍ଭାରକୁ ଆଦିବାସୀ ମାନ୍ୟତା ମିଳିବା ପରେ କନ୍ଧ କୁମ୍ଭାର ସଙ୍ଘ ପକ୍ଷରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି l ଦୀର୍ଘ 50 ରୁ ଉର୍ଦ୍ଧ୍ବ ବର୍ଷ ଏହି କନ୍ଧ କୁମ୍ଭାର ସଙ୍ଘ ଆଦିବାସୀ ମାନ୍ୟତା ପାଇବା ପାଇଁ ସଂଘର୍ଷ କରି ଆସୁଥିଲେ lଏହି କାର୍ଯ୍ୟକ୍ରମରେ ଚାରିଗଡର ମୂଖ୍ୟ କାର୍ଯ୍ୟକର୍ତ୍ତା ସମେତ ବହୁ କନ୍ଧ କୁମ୍ଭାର ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ l ସର୍ବ ପ୍ରଥମେ କନ୍ଧ କୁମ୍ଭାର ସମାଜର କୁଳ ଦେବୀ ଗଙ୍ଗା ମାତା ଓ ମାଆ ପlଟ୍ଟଖଣ୍ଡା ଓ ଜଗତର ନାଥ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l କନ୍ଧ କୁମ୍ଭାର ସମାଜର ଜିଲ୍ଲା ସଭାପତି ଅଜିତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ
ଉପସଭାପତି ବିଜୟ କୁମାର ବେହେରା, ସମ୍ପାଦକ ତପନ ବେହେରା, କୋଷାଧ୍ଯକ୍ଷ ସୁରେନ୍ଦ୍ର ବେହେରା ଯୋଗାଯୋଗ କର୍ତ୍ତା ଜୟନ୍ତ କୁମାର ବେହେରା ଉପସ୍ଥିତ ରହି କନ୍ଧ କୁମ୍ଭାର ସମାଜ ଅବହେଳିତ ନିଷ୍ପେସିତ ଅବସ୍ଥାରେ ରହୁଥିବା ବେଳେ ସେମାନଙ୍କୁ ମୂଖ୍ୟ ସ୍ରୋତରେ ଆଣିବାରେ ନିଜର ହକ ଅଧିକାର ସାବ୍ୟସ୍ତ ଦାବୀ ଉପସ୍ଥାପନା ପାଈଁ ଯେଉଁମାନେ ମଙ୍ଗ ଧରିଥିଲେ ସେହି ମାନଙ୍କ ନିଷ୍ଠା ଓ ଏକାଗ୍ରତା ଯୋଗୁଁ ଆଜି କନ୍ଧକୁମ୍ଭାର ସଙ୍ଘ ସଫଳତା ପାଇଲା ବୋଲି ବକ୍ତାମାନେ ନିଜ ବକ୍ତବ୍ୟ ରେ କହିଥିଲେ l ଆମନ୍ତ୍ରିତ ମୂଖ୍ୟ କାର୍ଯ୍ୟକର୍ତ୍ତା ନିଜ ଅଭିଭାଷଣରେ କହିଥିଲେ ଏହି ସଫଳତାର ଶ୍ରେୟ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦେଇଥିଲେ l

ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସକୁ ସଂସ୍କାର, ବାଲ୍ୟ ଵିଵାହ ଦୂରୀକରଣ ନିଶା ନିବାରଣ କରିବା ସହିତ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ରକ୍ତଦାନ ବ୍ରୁକ୍ଷ ରୋପଣ ଆଦି ସାମାଜିକ କାର୍ଯ୍ୟକ୍ରମରେ ସମାଜ ନିଜକୁ ନିୟୋଜିତ କରିବା ପାଇଁ ସମୂହ ଶପଥ ପାଠ ହୋଇଥିଲା l ବାଲିଗୁଡ଼ା ଖେମୁଣ୍ଡଗଡରୁ ସଭାପତି ପଙ୍କଜ ବେହେରା ଉପ ସଭାପତି ଦୀପକ କୁମାର ବେହେରା ସାଧାରଣ ସମ୍ପାଦକ ନୀଳ ମାଧବ ବେହେରା l ସଂପାଦକ ଭାବେ ଇନ୍ଦ୍ରଜିତ ବେହେରା କୋଷାଧ୍ୟକ୍ଷ ରାମକୃଷ୍ଣ ବେହେରା ମୂଖ୍ୟ ସଭ୍ୟ ମାର୍କଣ୍ଡ ବେହେରା ଓ ରଞ୍ଜିତ କୁମାର ବେହେରା l ମାତୃ ମଣ୍ଡଳୀ ର ସଭାନେତ୍ରୀ ମିଥିଳା ବେହେରା ଉପ ସଭାପତି ତପସ୍ଵିନୀ ବେହେରା ସମ୍ପାଦିକା ଆରତୀ ବେହେରା ଏବଂ ମୂଖ୍ୟ ସଭ୍ୟ ସରସ୍ୱତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ l କନ୍ଧ କୁମ୍ଭାର ସମାଜର ମାଟିଆ କନ୍ଧ,କୁମ୍ଭାର ଗୁନା କୁମ୍ଭାର ମଧ୍ୟ ଆଦିବାସୀ ମାନ୍ୟତା ପାଇବେ ବୋଲି ସମାଜ ପକ୍ଷରୁ କୁହାଯାଇଛି l ଏହି କନ୍ଧ କୁମ୍ଭାର ସମାଜ ରେ ବାଲିଗୁଡ଼ାରୁ ଲଳିତ ଦେହୁରୀ ପବିତ୍ର ପ୍ରଧାନୀ ରଂଜନ ବିଶିମlଝି ସୁନୀଲ ଦଣ୍ଡସେନା ସାମିଲ ହୋଇଥିଲେ l ଆଦିତ୍ୟ ପାତ୍ର ଓ ନିରଞ୍ଜନ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.