ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କୁ ବିଦାୟ ସମ୍ବର୍ଦ୍ଧନା କଲେଜ ପରିଚାଳନା ପରିଷଦର ସଭାପତିଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ଶ୍ରୀ ମହାନ୍ତି କଲେଜରେ ଦୁଇ ବର୍ଷ ଅଧ୍ୟକ୍ଷ ଦାୟିତ୍ୱ ରହିବା ପରେ କଲେଜର ସାମଗ୍ରୀକ ବିକାଶ ଘଟିଥଲା, ଅଚାନକ ହିଞ୍ଜିଳି କାଟୁ ବଦଳି ହୋଇଜିବା ଅଞ୍ଚଳ ବାସୀ, ଅବିଭାବକ, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କୁ ମର୍ମାହତ କରିଛି l ଛାତ୍ର ଛାତ୍ରୀ ଏହି ବଦଳିକୁ ବାତିଲ କରିବା ପାଇଁ ଆନ୍ଦୋଳନ କରି ଜିଲ୍ଲା ପାଳ ମହୋଦଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l କିନ୍ତୁ ଜିଲ୍ଲାପାଳ କହିଲେ ନିର୍ବାଚନ ଆଚରଣ ଵିଧି ଲାଗିଗଲା ବର୍ତ୍ତମାନ କିଛି ହୋଇପାରିବ ନାହିଁ। ଶ୍ରୀ ମହାନ୍ତି ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶକୁ ନେଇ ରା଼ଲି କରି ଜନସାଧାରଣଙ୍କୁ ସଚେତନ କରୁଥିଲେ I କଲେଜକୁ ଜିଲ୍ଳାରେ ବିକାଶ କ୍ଷେତ୍ରରେ ଏକ ନମ୍ବର କରିପାରିଥିଲେ । ତାଙ୍କର ଅଚାନକ ବଦଳି କେହିବି ସହଜରେ ଗ୍ରହଣ କରିପାରୁନାହାନ୍ତି।ନିର୍ବାଚନ ପରେ ପୁଣି ଏହି କଲେଜକୁ ଆଣିବାପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି l

ad-week
Leave A Reply

Your email address will not be published.