
ଛତ୍ରପୁର : ଛତ୍ରପୁର ସହରାଞ୍ଚଳ ର ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ବତୀ ଶିଶୁ / ବିଦ୍ୟାମନ୍ଦିର ପରିଦର୍ଶନରେ ଶିକ୍ଷାବିକାଶ ସମିତି ଓଡ଼ିଶା, ଉଚ୍ଚସ୍ତରୀୟ ଅଧିକାରୀ ଆଗମନ କରିଥିଲେ । ପ୍ରାନ୍ତୀୟ ସମିତି ଶିକ୍ଷାବିକାଶ ସମିତି ଓଡିଶାଙ୍କ ସଂଗଠନ ସଂପାଦକ ଶ୍ରୀ କମଳାକାନ୍ତ ମିଶ୍ର ଓ ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାନ୍ତି ଏବଂ କୋଷାଧ୍ୟକ୍ଷ ଶ୍ରୀ ସତ୍ଯ ନାରାୟଣ ପଟ୍ଟନାୟକଙ୍କ ସୌଜନ୍ୟମୂଳକ ପରିଦର୍ଶନ ହୋଇଥିଲା। ତତ୍ ସଂଙ୍ଗେ ସଙ୍ଗେ ଶିଶୁ ମନ୍ଦିର ପରିଚାଳନା କମିଟୀ ର ସଂପାଦକ ପଦ୍ମଚରଣ ସାହୁ,ସଭାପତି ଉପେନ୍ଦ୍ର ମହାନ୍ତି ,କୋଷାଧ୍ୟକ୍ଷ ଶ୍ରୀ ଏ. ରାବଣା ରାଓଙ୍କ ସହିତ ବିଦ୍ୟାଳୟର ଉନ୍ନତିକରଣ ଓ ଶୈକ୍ଷିକ ବିକାଶ ସମ୍ବନ୍ଧିତ ଆଲୋଚନା ହୋଇଥିଲା। ପ୍ରଧାନାଚାର୍ଯ୍ଯ ଶ୍ରୀ ରବୀନ୍ଦ୍ର ନାଥ ଦାଶ ବୈଠକ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।।