୧୫ବର୍ଷପରେ ପୁଣି ସମୁଦ୍ର ମଝିରେ ଟ୍ରଲର : ଫିସିଂ ମାଫିଆଙ୍କର ଵନବିଭାଗ ଟିମ୍ ଉପରେ ଆକ୍ରମଣ

youtube

ରାଜନଗର : କେନ୍ଦ୍ରପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିପଦ ସଙ୍କୁଳ ଅବସ୍ଥାରେ କର୍ମ କରିଚାଲୁଛନ୍ତି ବନକର୍ମଚାରୀ। କେତେବେଳେ ଯେ କଣ ଘଟିଵ ଆକଳନ କରିବା କଷ୍ଟ ହୋଇପଡୁଛି। ସମୁଦ୍ର ମଝିରେ ଟ୍ରଲର ମାଫିଆଙ୍କ ଆକ୍ରମଣର ପ୍ରତିଆକ୍ରମଣ କରି ଟ୍ରଲର ମାଫିଆଙ୍କୁ ଛତ୍ରଭଙ୍ଗ କରିବାରେ ସଫଳ ହୋଇଥିଲା ପେଟ୍ରୋଲିଂ କରୁଥିବା ବନବିଭାଗ କର୍ମଚାରୀମାନେ। ଏହିପରି 2022ମସିହାରେ ଢାମରା ଠାରେ ପେଟ୍ରୋଲିଂ ଟିମ୍ ଉପରେ ମାଫିଆମାନେ ଆକ୍ରମଣ କରିଥିଲେ। ପୁଣି ୧୫ବର୍ଷପରେ ଗତକାଲି ମଧ୍ୟାହ୍ନରେ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କୁ ସୁରକ୍ଷା ଯୋଗାଇଦେଵାକୁ ଫରେଷ୍ଟର ମଦନମୋହନ ହାଁସଦାଙ୍କ ନେତୃତ୍ୱରେ ଏକ ଫରେଷ୍ଟ ପେଟ୍ରୋଲିଂ ଟିମ ବଜରଙ୍ଗିବାଲି ଟ୍ରଲରେ ହୁକଟେଲା ନିକଟରେ ପ଼଼ଇତରା ମାରୁଥିଲେ। ଏହି ସମୟରେ ପ୍ରାୟ ୧୦/୧୫ଟି ଟ୍ରଲର ପେଟ୍ରୋଲିଂ ଟିମକୁ ଘେରଵନ୍ଦୀରେ ରଖିଥିଲେ। ଚତୁରତା ସହ ଫରେଷ୍ଟର ଶ୍ରୀ ହାଁସଦା ଡିଏଫଓ ଓ ଏସିଏଫଙ୍କୁ ଜଣାଇଥିଲେ। ଏହା ଭିତରେ ମାଫିଆମାନଙ୍କ ଆକ୍ରମଣ ହେବାରୁ ବନ କର୍ମଚାରୀ ଫାଙ୍କା ଗୁଳି ଚାଳନା କରିଥିଲେ। ଖବର ପାଇ ଶାସନପେଟା ଓ ବାବୁବାଲିରୁ ୨ଟି ପେଟ୍ରୋଲିଂ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପାଲଟା ଆକ୍ରମଣ କରିବାରୁ ଟ୍ରଲର ସବୁ ଛତ୍ରଭଙ୍ଗ ଦେଇଥିବା ବନବିଭାଗ ସୂଚନା ଦେଇଛନ୍ତି। ମାସକ ମଧ୍ୟରେ ତିନିଥର ଆକ୍ରମଣ ହୋଇଥିବା ବନ କର୍ମଚାରୀ କହୁଥିବା ଵେଳେ ସ୍ଥାନୀୟ ଲୋକ ବନ ବିଭାଗର ଏପରି ଅଭିନଵ ଯୋଜନା କପଳ କଳ୍ପିତ ବୋଲି ମତପ୍ରକାଶ କରିଛନ୍ତି । ଗତକାଲି ବନବିଭାଗ କର୍ମଚାରୀମାନେ ବନଦୁର୍ଗା ଟ୍ରଲର ସହ ୧୧ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । 17ଟି ଟ୍ରଲର ଵେନୀୟମ ମାଛ ଫିସିଂ କରୁଥିବା ବନଵିଭାଗର ପେଟ୍ରୋଲିଂ ଟିମ୍ କଣ ଜାଣିନଥିଲା ନା ଜାଣି ଅଜଣା ଥିଲା, ଯଦି ଜାଣିଥିଲା ଏତେଗୁଡିଏ ସଂଘଵଧ ଟ୍ରଲରକୁ ମୁକାବିଲା କରିବାକୁ ଗୋଟିଏ ପେଟ୍ରୋଲିଂ ଟିମ୍ ଗଲା କାହିଁକି ? ବନବିଭାଗର ଏଭଳି ନାଟକଵାଜି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେଠାକାର ଅଧିବାସୀ ଏବଂ କେତେକ ଛୋଟ ଡିଙ୍ଗିରେ ମାଛ ମାରୁଥିବା ମତ୍ସ୍ୟଜୀବୀମାନେ କହିଛନ୍ତି ,ଏଠାରେ ଜଣେ ଏସିଏଫ ବାବୁ ଅଛନ୍ତି ତାଙ୍କର ଜଣେ ସମ୍ପରକୀୟଙ୍କ ଟ୍ରଲର ନିୟମିତ ବେନିୟମ ଭାବେ ମାଛ ମାରୁଛନ୍ତି, କିନ୍ତୁ ବନବିଭାଗ ତାଙ୍କୁ ଦିନକ ପାଇଁ ଧରୁ ନାହାନ୍ତି। ଅନ୍ୟ ଟ୍ରଲରକୁ ଧରି ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରୁଛନ୍ତି। ଵନ ବିଭାଗର ପାତର ଅନ୍ତର ଯୋଗୁ ଏପରି ଆକ୍ରମଣ କରାଯାଇ ଥାଇ ପାରେ ବୋଲି ସ୍ଥାନୀୟ ଲୋକମାନେ ଆଲୋଚନା କରୁଛନ୍ତି। ଏଥିରେ କେତେଦୂର ସତ୍ୟାସତ ଅଛି ତାହା ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆଳୁ ଖୋଳୁ ଖୋଳୁ ମହାଦେଵ ମିଳିବା ସମ୍ଭଵ ହୋଇପାରିବ। ଏନେଇ ରେଞ୍ଜରଙ୍କ ସହିତ ଯୋଗାଯୋଗ କଲେ ମଧ୍ୟ ସମ୍ଭଵ ହୋଇପାରି ନାହିଁ।

Leave A Reply

Your email address will not be published.