ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପଖାଳ ଦିବସ

add-all

ରାଜନଗର : ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାଭୋଇ ପୋଖରୀ ନିକଟସ୍ଥ ମା ହୋଟେଲ ପରିସରରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଛି l ଓଡିଆ ଜାତିର ଖାଦ୍ୟ ଅସ୍ମିତାର ପ୍ରତୀକ ପlରମ୍ପରିକ ପଖାଳ ଖାଦ୍ୟ ସହ ଧାର୍ମିକ ଆସ୍ଥାର ପ୍ରତକ୍ଷ ସମ୍ପର୍କ ରହିଛି l ଓଡିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୂ ଜଗନାଥ ମଧ୍ୟ ପଖାଳପ୍ରିୟ l ଶ୍ରୀ ଜଗନ୍ନାଥ ଙ୍କୁ ଉପାସନା ବେଳେ ପଖାଳକୁ ଭୋଗ ଭାବେ ମଣୋହି କରାଯାଇଥାଏ l ପଖାଳ ଖାଦ୍ୟକୁ ଆହାର ରୂପେ ଗ୍ରହଣ କରୁଥିବା ଲୋକ ମାନଙ୍କର ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ l ଆହୁରି ଅନେକ ଉପକାରୀ ଗୁଣର ବାର୍ତାବହ ହେଉଛି ପଖାଳ l ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ ଏଵେ ସାରା ବିଶ୍ୱରେ ଏକ ଲୋକପ୍ରିୟ ଖାଦ୍ୟ ଭାବେ ପରିଗଣିତ ହେଲାଣି l ଏହି ପରିପ୍ରେକ୍ଷୀରେ ପଖାଳ ଖାଦ୍ୟର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଗତ କିଛିବର୍ଷ ଧରି ସମାଜିକ ସଂଗଠନ ମାନେ ଇଂରାଜୀ ମାସ ମାର୍ଚ୍ଚ 20 ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରି ଆସୁଛନ୍ତି l ଏହି ଅଵସରରେ ପଖାଳପ୍ରିୟ ମଣିଷ ମାନେ କରାଯାଇଥିବା 32 ପ୍ରକାର ନିରାମିଷ ବ୍ୟଞ୍ଜନର ମଜା ଉଠାଇଥିଲେ l ପାରମ୍ପରିକ ପଖାଳଖାଦ୍ୟକୁ ଜି ଆଇ ଟ୍ୟାଗ ପ୍ରଦାନ ପାଇଁ ଏହି ଅଵସରରେ ଟ୍ରଷ୍ଟ ସଦସ୍ୟମାନେ ଦାବୀ କରିଥିଲେ l ଆଜି ର ଏହି କାର୍ଯ୍ୟକ୍ରମ ରେ ସାମିଲ ଥିବା ବ୍ୟକ୍ତି ମାନେ ହେଲେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଗୌତମ ସାହୁ, ନିହାର ରଞ୍ଜନ ସାହୁ, ମନୋଜ ରାଉତ, ତାପସ ପରିଡା, ଲୋକନାଥ ମହାଳିକ, ମଦନ କୁମାର ଦାସ, ବିଭୂତି ପ୍ରଧାନ, ଆଲୋକ ଦାସ, ଅନିଲ ଦାସ, ମଳୟ ରଞ୍ଜନ ବାରିକ, ଭାବଗ୍ରାହୀ ସାହୁ, ବାବାଜୀ ବାରିକ ଓ ନନା ଶ୍ରୀବତ୍ସ ଲେଙ୍କା।

ad-week
Leave A Reply

Your email address will not be published.