ପଖାଳ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର  : ପଖାଳ ଦିବସରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ଖାଦ୍ୟ ସମ୍ଭାର ମଧ୍ୟରେ ପଖାଳର ସ୍ଥାନ ସର୍ବଦା ସ୍ବତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନ୍ୟ ପରିଚୟ । ପାରମ୍ପରିକ ଖାଦୟ ଭାବେ ପ୍ରତି ଓଡ଼ିଆଙ୍କ ଭଳି ପଖାଳ ମଧ୍ୟ ମୋର ଅତି ପ୍ରିୟ।

ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ଲୋକପ୍ରିୟ କରାଇବାକୁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ ପାଳନ କରାଯାଇଥାଏ। ସାଧାରଣତଃ ଗ୍ରୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ପଖାଳ ଖାଇବା ଜମିଥାଏ। ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ। ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି ।

ad-week
Leave A Reply

Your email address will not be published.