ବାଇକ୍ ଚୋରି ରାକେଟ ର ପର୍ଦ୍ଦାଫାଶ : ୩ଜଣଙ୍କୁ କୋର୍ଟ ଚାଲାଣ

add-all

ଦାରିଙ୍ଗବାଡି, ୨୦/୨୪ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବାଇକ୍ ଚୋରୀ ଘଟଣାରେ ୩ଜଣଙ୍କୁ କୋର୍ଟ ଚାଲାଣ କାଯାଇଥିବା ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ସୂଚନା ରହିଛି। ଅଞ୍ଚଳରେ ଗତ ୧୩ ତାରିଖ ଦିନ ମୁଣ୍ଡିଗାଁ ଗ୍ରାମର ଦିପୁ ମଲ୍ଲିକ (୩୪) ଥାନାରେ ନିଜ ବାଇକ୍ ଚୋରି ହେବା କଥା ଲିଖିତ ଆକାରରେ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ଥାନା ଅଧିକାରୀ ଚିରଞ୍ଜିବୀ ବେହେରା ଙ୍କ ନେତୃତ୍ଵ ରେ ପୋଲିସ ଟିମ୍ ତଦନ୍ତ କରି ୩ ଗୋଟି ଚୋରି ବାଇକ୍ ଉଧାର କରିଥିବା ଜଣା ପଡ଼ିଛି । ଏହି ଚୋରି ରାକେଟ ରେ ସମ୍ପୃକ୍ତ ଥିବା ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିବା ପରେ ସେଥି ମଧ୍ୟରୁ ୭ ଜଣ ନାବାଳକ ଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମା ରେ ଛାଡିଥିବା ବେଳେ ଆଉ ୩ ଅଭିଯୁକ୍ତ ରୋହିତ ନାୟକ (୨୩), ରଚିତ କୁମାର ରାୟ (୨୦), ଆକାଶ ବଳିୟାରସିଂ (୧୮) କୁ ଗିରଫ କରି କେସ ନଂ ୨୮/୨୦୨୪ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀଙ୍କ ସୂଚନା ରହିଛି।

ad-week
Leave A Reply

Your email address will not be published.