୨୦ କେଜି ଗଞ୍ଜେଇ ଜବତ : ୩ ଗିରଫ

add-all

ଦାରିଙ୍ଗବାଡି : ଦାରିଙ୍ଗବାଡି ପୋଲିସ ପକ୍ଷରୁ ଚଢାଉ କରାଯାଇ ୨୦ କିଲୋ ଗଞ୍ଜେଇ ଜବତ କରାଯିବା ସହ ୨ ବାଇକ୍ ଓ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଗିରଫ ୩ ଜଣ ହେଲେ ସୋରଡ଼ା ଥାନା ଅନ୍ତର୍ଗତ ମୂର୍ଗାପଲ୍ଲୀ ଗ୍ରାମର ତ୍ରୀଲୋକ ନାଥ ପାଣିଗ୍ରାହି, କ୍ରିଷ୍ଣା ପାଣିଗ୍ରାହି ଓ ରାଇକିଆ ଥାନା ବଡବାର୍ବା ଗ୍ରାମର ବଚନ ନାୟକ । ଏହି ୩ ଜଣ ୨ ଗୋଟି ବାଇକ୍ ଯୋଗେ ଦାରିଙ୍ଗବାଡି ଥାନା ଅଞ୍ଚଳରୁ ବ୍ରହ୍ମପୁର କୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱ କ୍ରମେ ଏସଆଇ ବାସନ୍ତୀ ବେହେରା ଙ୍କ ସମେତ ପୋଲିସ ଫୋର୍ସ ସିମନବାଡ଼ି ରେ ଚଢଉ କରିଥିଲେ । ଚଢଉ ବେଳେ ପୋଲିସ ୨୦ କିଲୋ ଗଞ୍ଜେଇ ସହ ୨ ବାଇକ୍ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲେ। ପୋଲିସ ଏନେଇ ମାମଲା ନମ୍ୱର ୪୮/୨୪ ରୁଜୁ କରାଯାଇଥିବା ବେଳେ ଘଟଣାର ତଦନ୍ତ ଏସଆଇ ଲକ୍ଷ୍ମୀ ମାଝୀ କରୁଛନ୍ତି ।

ad-week
Leave A Reply

Your email address will not be published.