ଶାନ୍ତି ପ୍ରସ୍ତାବ ଦେଲେ ମୋଦୀ: ପୁଟିନ୍‌ଙ୍କ ପରେ ଏବେ ଜେଲେନସ୍କିଙ୍କ ସହ ଫୋନରେ ହେଲେ କଥା

add-all

ନୂଆଦିଲ୍ଲୀ: ପିଏମ ମୋଦୀ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ । ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ତାଙ୍କ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ ଭାଗିଦାରୀକୁ ମଜବୁତ କରିବାକୁ ଭାରତର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ଅଧିକନ୍ତୁ, ଶାନ୍ତିପୂର୍ଣ୍ଣ ସମାଧାନ ତଥା ବିବାଦର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଥିବା ପଦକ୍ଷେପ ପାଇଁ ସେ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି । ୟୁକ୍ରେନକୁ ଲକ୍ଷ୍ୟମୂଳକ ମାନବିକ ସହାୟତା ଯୋଗାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଏହି ବାର୍ତ୍ତାଳାପରେ ଦୋହରାଇଛନ୍ତି ।
ସୂଚନାଯୋଗ୍ୟ ଯେ ପିଏମ ମୋଦୀ ହେଉଛନ୍ତି ବିଶ୍ୱର ଏକମାତ୍ର ନେତା ଯିଏ ଶାନ୍ତି ପ୍ରସ୍ତାବ ପାଇଁ ଗୋଟିଏ ଦିନରେ ପୁଟିନ ଏବଂ ଜେଲେନସ୍କିଙ୍କ ସହ କଥା ହେଇଛନ୍ତି । ଉଭୟ ନେତା, ରୁଷର ରାଷ୍ଟ୍ରପତି ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଯୁଦ୍ଧ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଶାନ୍ତି ପାଇଁ ପଦକ୍ଷେପ ନେଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନମନ୍ତ୍ରୀ ଉଭୟ ଦେଶକୁ ସଂଯମତା ରକ୍ଷା କରିବାକୁ କହିଛନ୍ତି। ଅସ୍ତ୍ରବିରତି ପାଇଁ ପ୍ରଧାନମନ୍ତ୍ରୀ ଆଲୋଚନା କରିସାରିଛନ୍ତି ।

ad-week
Leave A Reply

Your email address will not be published.