କେନ୍ଦ୍ରକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ; ‘ବିକଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କର

add-all

ନୂଆଦିଲ୍ଲୀ :ନିର୍ବଚନ ଆଦର୍ଶ ଆଚରଣ ବିଧି ବା କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହୋଇ ସାରିଥିବାରୁ ରାଜନୈତିକ ଦଳ ଉପରେ କଡା ନଜର ରଖିଛନ୍ତି ଇଲେକ୍ସନ କମିଶନ। ଏହିପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଏତ ନୋଟିସ୍ ଏକ ପଠାଇଛନ୍ତି। ହ୍ୱାଟ୍ସଆପରେ ‘ବିକଶିତ ଭାରତ’ ମେସେଜକୁ ତୁରନ୍ତ ବନ୍ଦ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ କାହିଁକି ହ୍ୱାଟ୍ସଆପରେ ଏହି ମେସେଜ୍ ପଠାଯାଉଛି, ତୁରନ୍ତ ଉତ୍ତର ରଖିବାକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲ୍ ପ୍ୟାନେଲ।
MeitY ଏହି ମେସେଜ୍ ପଠାଇବା ଫଳରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଏକାଧିକ ଅଭିଯୋଗ ହେବା ପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସେପଟେ ମନ୍ତ୍ରଣାଳୟ ପ୍ୟାନେଲକୁ କହିଛି ଯେ, ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ଥିବା ଚିଠି ମାର୍ଚ୍ଚ ୧୫ରେ ପଠାଇ ଦିଆଯାଇଥିଲା। ଏହା ପର ଦିନ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହୋଇଥିଲା। ସେଥିମଧ୍ୟରୁ କିଛି ମେସେଜ୍ ଏବେ ଡେଲିଭର୍ ହେଉଛି। ସିଷ୍ଟମ୍ ଏବଂ ନେଟୱାର୍କ ସମସ୍ୟା କାରଣରୁ ଏପରି ହୋଇ ଥାଇପାରେ ବୋଲି ମନ୍ତ୍ରଣାଳୟ କହିଛି।
ଚଳିତ ବର୍ଷ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରେ ହେବାକୁ ଥିବାବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ, ୭ ମେ’ରେ ତୃତୀୟ, ୧୩ ମେ’ରେ ଚତୁର୍ଥ, ୨୦ ମେ’ରେ ପଞ୍ଚମ, ୨୫ ମେ’ରେ ଷଷ୍ଠ ଏବଂ ଜୁନ୍ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ। ଜୁନ ୪ରେ ଏକାଠି ସମସ୍ତ ସାତ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏନେଇ ନିର୍ବାଚନ କମିଶନ ମାର୍ଚ୍ଚ ୧୬ରେ ତାରିଖ ପ୍ରକାଶ କରିବା ସହ କୋଡ ଅଫ୍ କଣ୍ଡକ୍ଟ ଲାଗୁ କରାଇଥିଲେ।

ad-week
Leave A Reply

Your email address will not be published.