ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

add-all

ବ୍ରହ୍ମପୁର : ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଦୌରା ଜିଲ୍ଲାଜଜ୍-୧ଙ୍କ କୋର୍ଟ। ୨୦୧୩ରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ଗାଁରେ ଘଟିଥିବା ଏକ ଡବଲ ମର୍ଡର ମାମଲାରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି।
ଆଜୀବନ କାରାଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଉଛନ୍ତି- ଭଗବାନ ସ୍ୱାଇଁ, ସରୋଜ ସ୍ୱାଇଁ, ଅମିନ ସ୍ୱାଇଁ, କାର୍ତ୍ତିକ ସ୍ୱାଇଁ ଓ ଧନୁ ସ୍ୱାଇଁ।
୨୦୧୩ ଡିସେମ୍ବର ୨୮ ତାରିଖରେ ଜଗନ୍ନାଥପୁର ଗାଁ ପୋଖରୀ ନିକଟରେ ଗୁଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପାଟପୁର ଥାନା ପୁଲିସ୍ ୮ ଜଣଙ୍କୁ ଗିରଫ କରିଥିଲା।
୧୯ ଜଣ ସାକ୍ଷୀଙ୍କ ବୟାନ ତଥା ଅନ୍ୟାନ୍ୟ ତଥ୍ୟ,ପ୍ରମାଣ ଆଧାରରେ କୋର୍ଟ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଉ ୩ ଜଣଙ୍କୁ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିଥିଲେ।
ସରକାରୀ ଓକିଲ ସୌଭାଗ୍ୟ ମିଶ୍ର କହିଛନ୍ତି, ଦୀର୍ଘ ୧୧ ବର୍ଷ ପରେ ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଦୁଇ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା। ଘଟଣା ଦିନ ଗୁଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ୱାଇଁ ଗାଁ ପୋଖରୀରେ ଗାଧୋଉଥିବା ବେଳେ ଭଗବାନ ସ୍ୱାଇଁ ଓ ଅନ୍ୟମାନେ ଆସି ସେମାନଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁଲା ଓ ରାଜୀବଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟିବା ବେଳେ ଗୁଲାଙ୍କ ପତ୍ନୀ ମଧ୍ୟ ପୋଖରୀ ନିକଟରେ ଥିଲେ। ଏହି ଆକ୍ରମଣରେ ସେ ଆହତ ହୋଇଥିଲେ।

ad-week
Leave A Reply

Your email address will not be published.