ଗଭୀରଜଳରେ ସମସ୍ୟାର ସମାଧାନ କରିବ ରୋବଟ୍‌: ଏନ୍‌ଆଇଟି ଷ୍ଟାର୍ଟଅପ୍‌ ‘କୋରାସିଆ ଟୋକ୍ନୋଲୋଜି’ର କୃତିତ୍ବ

add-all

ରାଉରକେଲା: ପୂର୍ବରୁ ଗଭୀର ପାଣି ଭିତରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନିରୀକ୍ଷଣ, ସମୀକ୍ଷା ସମ୍ଭବ ହେଉନଥିଲା। ଏବେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିଛି ରାଉରକେଲା ଏନ୍‌ଆଇଟିର ଷ୍ଟାର୍ଟ‌୍ଅପ୍‌ ‘କୋରାସିଆ ଟେକ୍ନୋଲଜି’। ଏହି କମ୍ପାନି ମାନବବିହୀନ ରୋବଟ୍‌ ତିଆରି କରିଛି। ଯାହା ବିଭିନ୍ନ ଡ୍ୟାମ୍‌, ପାଇପ୍‌ଲାଇନ୍‌, ବନ୍ଦର ଆଦିର ସମସ୍ୟାକୁ ଦୂରକରିବା ସହ ଭାରତୀୟ ନୌସେନା ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଛି।

ଏହି ଷ୍ଟାର୍ଟଅପ୍‌ ଏବେ ସୋନିଟିଭିର ବହୁ ଚର୍ଚ୍ଚିତ ସୋ’ ‘ସାର୍କ ଟ୍ୟାଙ୍କ୍‌ ଇଣ୍ଡିଆ ସିଜନ୍‌-୩’ରେ ପ୍ରସାରିତ ହୋଇଛି। ବୁଧବାର ରାତିରେ ଏହି ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତାଙ୍କ ଏପିସୋଡ୍‌ ପ୍ରସାରିତ ହୋଇଛି। ଏହି ଷ୍ଟାର୍ଟଅପ୍‌କୁ କମ୍ପାନିର ୧ ପ୍ରତିଶତ ଅଂଶ ବଦଳରେ ୮୦ ଲକ୍ଷ ଟଙ୍କାର ନିବେଶ ମିଳିଛି। ‘ଓୟୋ’ ହୋଟେଲ୍‌ର ସତ୍ତ୍ବାଧିକାରୀ ରିତେଶ ଅଗ୍ରୱାଲ ସବୁ ସର୍ତ୍ତକୁ ମାନିନେଇ ଏହି କମ୍ପାନି ସହ ଯୋଡ଼ି ହୋଇଛନ୍ତି। ଏହି ଏପିସୋଡ୍‌ ଆଜି ପ୍ରସାରିତ ହେବାପରେ ଷ୍ଟାର୍ଟଅପ୍‌କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

ad-week
Leave A Reply

Your email address will not be published.