କଟକଣା ଲାଗୁ କଲା ଭିସୁଟ; ସର୍ଟ ଡ୍ରେସ୍‌ ପିନ୍ଧି ଏଣ୍ଟ୍ରି ମନା

add-all

ସମ୍ବଲପୁର : ଆପତ୍ତିଜନକ ପୋଷାକ ପରିଧାନ କରି ବୁର୍ଲା ଭିସୁଟରେ ପ୍ରବେଶ ଉପରେ ଲାଗିଲା କଟକଣା l ଛାତ୍ରଛାତ୍ରୀମାନେ ଆଗାମୀ ଟେକ୍ନୋ- କଲଚରାଲ ଫେଷ୍ଟିଭାଲ ୨୦୨୪ରେ ପାରମ୍ପରିକ ପୋଷାକ ପରିଧାନ କରି ସାମିଲ ହେବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ l
ଛାତ୍ରଛାତ୍ରୀମାନେ କୌଣସି ପ୍ରକାରର ଆପତ୍ତିଜନକ ପୋଷାକ, ପାଶ୍ଚାତ୍ୟ ପୋଷାକ କିମ୍ବା ସର୍ଟ ଡ୍ରେସ୍ ପିନ୍ଧିପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି । ନିୟମ ଅନୁପାଳନ ନ କଲେ ପ୍ରବେଶ ଅନୁମତି ମିଳିବନି ବୋଲି କଡ଼ା ନିର୍ଦ୍ଦେଶ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଏନେଇ ଭିସୁଟ କୁଳପତି ବଂଶୀଧର ମାଝୀ କହିଛନ୍ତି, ଆଧୁନିକ ହେବା ସହ ଆମେ ନିଜ ସଂସ୍କୃତି ଭୁଲିବା ଉଚିତ ନୁହେଁ । କାରଣ ଭାରତୀୟ ସଂସ୍କୃତି ଖୁବ୍‌ ମହାନ । ଆମେ ଆମ ବେଶପୋଷାକକୁ ବିଭିନ୍ନ କାର୍ଯ୍ୟକ୍ରମ ତଥା ଉତ୍ସବରେ ପ୍ରୋତ୍ସାହିତ ଓ ପ୍ରସ୍ପୁଟିତ କରିବା ଉଚିତ। ଏହାଦ୍ୱାରା ଆମ ସଂସ୍କୃତିର ପ୍ରଚାର, ପ୍ରସାର ହୋଇ ପାରିବ ।
ବର୍ତ୍ତମାନ ଏପରି କଟକଣା କେବଳ ଟେକ୍ନୋ- କଲଚରାଲ ଫେଷ୍ଟିଭାଲ ପାଇଁ ଲାଗୁ କରାଯାଇଛି। ଆଗାମୀ ଦିନରେ ଏହାକୁ ନିୟମିତ ଭାବେ ଲାଗୁ କରାଯିବ କି ପଚରାଯିବାରୁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ନ ଥିବା କହିଛନ୍ତି କୁଳପତି।
ଭିସୁଟ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ବହୁ ଛାତ୍ରଛାତ୍ରୀ ସ୍ୱାଗତ କରୁଥିବା ବେଳେ କିଛି ଜଣ ଏହାକୁ ବିରୋଧ କରୁଛନ୍ତି। ଏହା ସେମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ହସ୍ତକ୍ଷେପ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସାରା ସମଗ୍ର ସ୍କୁଲ, କଲେଜରେ ଡ୍ରେସ୍‌ କୋଡ ଲାଗୁ ହୋଇଥିବା ବେଳେ ଭିସୁଟରେ ଏବେ ବି ଏହା ଲାଗୁ ହୋଇ ପାରିନି।

ad-week
Leave A Reply

Your email address will not be published.