ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭିତକନିକା ଜାତୀୟ ଉଦ୍ୟାନ ପରିସରେ ଆଜି ବିଶ୍ବ ଵନ ଦିବସ 2024 ଅନୁଷ୍ଠିତ ହୋଇଯାଇଛି।
ରାଜନଗର ବନଖଣ୍ଡ ତରଫରୁ ଖୋଳା ଠାରୁ କନିକା ରେଞ୍ଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୨୦୦ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏକ ବିଶାଳ ସାଇକେଲ ରାଲି କୁ ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ଗୋପୀନାଥ ଯାଦବ ଏବଂ ସହକାରୀ ବନ ସଂରକ୍ଷକ ମିସ୍ ପୁନମ ହୀରା ହାଁସଦା ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହା ପରେ କନିକା ରେଞ୍ଜ ପରିସର ମଧ୍ୟରେ ଏକ ସଭାରେ ସହକାରୀ ବନ ସଂରକ୍ଷକ ଶ୍ରୀ ମାନସ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ଗୋପୀନାଥ ଯାଦବ, ସମ୍ମାନିତ ଅତିଥିଭାବେ ମିସ୍ ପୁନମ୍ ହୀରା ହାଁସଦା, ନେଚର୍ସ କ୍ଲବ୍ ର ପ୍ରତିଷ୍ଠାତା ଶ୍ରୀ ବିରଜା ପ୍ରସାଦ ପତି, ନାଗନାରାୟଣ ମହାବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମାନସ କୁମାର ମିଶ୍ର, ବରିଷ୍ଟ ସାମ୍ବାଦିକ ଶ୍ରୀ ଭାସ୍କର ରାଉତରାୟ ପ୍ରମୁଖ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ପ୍ରସନ୍ନ କୁମାର ନାୟକ ଗବେଷକ ସଭା ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନବିଭାଗ ପକ୍ଷରୁ ଜୀବଜନ୍ତୁ ମାନଙ୍କୁ ଉଦ୍ଧାର କରିବା ତଥା ସୁରକ୍ଷା କରିବା ଦିଗରେ ନିଜ କର୍ତ୍ତବ୍ୟ କରୁଥିବା ଶ୍ରୀ ଯଶବନ୍ତ୍ ବେହେରା, ସେଖ ରଫିକ୍, ବିଭୂତି ତରାଇ, ଅଲେଖ ପରିଡ଼ା ପ୍ରମୁଖ ୧୭ ଜଣ ବନ କର୍ମଚାରୀ ଏବଂ ୨୦ ଜଣ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ନିଜ ଜମି ଦାନ କରିଥିବା ଲୋକଙ୍କୁ ମାନପତ୍ର ସହ ଆର୍ଥିକ ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନାଗନାରାୟଣ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଓମ ପ୍ରକାଶ ବାରିକ ଙ୍କ ସହ ସମସ୍ତ ବନକର୍ମଚାରି ସହଯୋଗ କରିଥିଲେ।
