କେଜ୍ରିୱାଲ ଅବକାରୀ ନୀତିର କିଙ୍ଗପିନ୍‌ : ଇଡି

add-all

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା କିଙ୍ଗପିନ୍‌ ହେଉଛନ୍ତି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ପ୍ରଣୟନ କରି ଆପ୍‌ ୧୦୦ କୋଟି ଟଙ୍କାର ଲାଞ୍ଚ ପାଇଛି। ଏହି ଦୁର୍ନୀତି ପଛରେ କେଜ୍ରିୱାଲ ହିଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ବୋଲି ଆଜି ଇଡି ପକ୍ଷରୁ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟଙ୍କୁ ଅବଗତ କରାଯାଇଛି।

କେଜ୍ରିୱାଲଙ୍କୁ ଗୁରୁବାର ଗିରଫ କରିଥିବା ଇଡି ଆଜି ତାଙ୍କୁ କୋର୍ଟରେ ହାଜର କରିଛି। କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି। ରିମାଣ୍ଡ ପାଇଁ ଆବେଦନ କରିବା ବେଳେ ଅନେକ ସାଂଘାତିକ କଥା ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡିସିନାଲ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କୋର୍ଟଙ୍କୁ ଜଣାଇଛନ୍ତି।

୨୦୨୧-୨୨ରେ ଦିଲ୍ଲୀ ଅବକାରୀ ନୀତି ଦ୍ୱାରା ହୋଲସେଲର ବ୍ୟବସାୟୀଙ୍କୁ ୧୨% ଓ ରିଟଲ ବ୍ୟବସାୟୀଙ୍କୁ ୧୮୫% ଲାଭ ମିଳିଥିଲା ବୋଲି ଅଭିଯୋଗ ହୋଇଛି। ମଧ୍ୟସ୍ଥିତି, ବ୍ୟବସାୟୀ ଓ ରାଜନେତାମାନେ ଏଥିରୁ ପାଇଥିବା ଫାଇଦାର ତଦନ୍ତ କରାଯାଉଛି। ଏହା ସାଉଥ ଗ୍ରୁପ ନାଁରେ ପରିଚିତ।

ad-week
Leave A Reply

Your email address will not be published.