ରେଳ ଷ୍ଟେସନରେ ମହୁମାଛି ଆକ୍ରମଣ, ୪୦ ଯାତ୍ରୀ ଗୁରୁତର

add-all

ମହୁମାଛି ଆକ୍ରମଣରେ ୪୦ ଜଣ ଯାତ୍ରୀ ଗୁରୁତର। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌‌ ଜିଲ୍ଲା ମଞ୍ଜୁଷା ରେଳ ଷ୍ଟେସନରେ ଯାତ୍ରୀମାନେ ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସକୁ ଅପେକ୍ଷା କରିଥିବାବେଳେ ମହୁମାଛି ଆକ୍ରମଣ ହୋଇଥିଲା। ଏହି ମହୁମାଛି ଆକ୍ରମଣରେ ୪୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଏହି ରେଳ ଷ୍ଟେସନ ନିକଟସ୍ଥ ଏକ ଗଛ ଉପରେ ଏକ ମହୁମାଛି ବସା ଥିଲା। ଯାହା କୌଣସି କାରଣ ବଶତଃ ଯାତ୍ରୀଥିବା ସମୟରେ ଭାଙ୍ଗିଯାଇଥିଲା। ଯାହାଫଳରେ ଆତଙ୍କ ଖେଳାଇଲେ ମହୁମାଛି। ତେବେ ଏହି ମହୁମାଛି ଦଳର ଆତଙ୍କ କାରଣରୁ ଯାତ୍ରୀମାନେ ଭୟଭୀତ ହୋଇ ପ୍ରାଣ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ତଥାପି ମହୁମାଛି ଦଳ ଯାତ୍ରୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା।

ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହରିପୁରମ୍ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ତେବେ ଏହି ମହୁମାଛି ଆତଙ୍କ ଯୋଗୁଁ ମଞ୍ଜୁଷା ରେଳ ଷ୍ଟେସନରେ କୌଣସି ଯାତ୍ରୀ ଇଣ୍ଟର ସିଟି ଏକ୍ସପ୍ରେସରେ ଚଢି ପାରିନଥିବା ଜଣାପଡିଛି। ତେବେ ଏହି ଘଟଣା ସମ୍ପର୍କରେ ରେଳବାଇ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.