ଗିରଫ ପରେ କେଜ୍ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା

add-all

ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ କଥା କହିଛନ୍ତି। ଗିରଫ ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦେଶ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ବୋଲି ସେ କହିଛନ୍ତି।

ଗୁରୁବାର ଗିରଫ ପରେ ଆଜି କେଜ୍ରିୱାଲଙ୍କୁ ଇଡି କୋର୍ଟରେ ହାଜର କରିଛି। ଏହି ସମୟରେ କେଜ୍ରିୱାଲ କହିଛନ୍ତି “ମୋ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ। ମୁଁ ଜେଲରେ ରହିଲେ ବି ପୂର୍ବଭଳି ଦେଶର ସେବା ଜାରି ରଖିବି।” ବାସ ଏତିକି କହିବା ପରେ କେଜ୍ରିୱାଲଙ୍କୁ ଇଡି ଅଧିକାରୀମାନେ କୋର୍ଟ ରୁମକ ଭିତରକୁ ନେଇ ଯାଇଥିଲେ।

ଗୁରୁବାର ରାତି ୯ଟାରେ ଇଡି କେଜ୍ରିୱାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ସେ ଭାରତ ଇତିହାସର ପ୍ରଥମ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଯିଏ ଗିରଫ ହୋଇଛନ୍ତି। ବର୍ତ୍ତମାନ ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଘଟଣାରେ ଇଡି ତାଙ୍କୁ ଗିରଫ କରିଛି। ନୀତି ପ୍ରଣୟନ କରି କେଜ୍ରିୱାଲଙ୍କ ଆପ୍‌ ଶହଶହ କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରିଥିବା ଇଡି ଅଭିଯୋଗ କରିଛି।

ଗିରଫ ପରେ କେଜ୍ରିୱାଲଙ୍କୁ ଗୁରୁବାର ରାତିରେ ଇଡି ମୁଖ୍ୟାଳୟରେ ରଖା ଯାଇଥିଲା। ସକାଳୁ ମେଡିକାଲ ଟେଷ୍ଟ ପରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଛି। ଇଡି ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି। ଅବକାରୀ ନୀତି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେଜ୍ରିୱାଲ ବୋଲି ଇଡି ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫଦାରୀ ପଛରେ ରାଜନୀତି ଷଡ଼ଯନ୍ତ୍ର ରହିଥିବା ଆପ ଅଭିଯୋଗ କରିଛି। ଏଥିପାଇଁ ଆପ ତରଫରୁ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ କରାଯାଉଛି। ସେହିପରି ଆପର ବରିଷ୍ଠ ନେତା ଓ ବିଧାୟକମାନେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି।

ad-week
Leave A Reply

Your email address will not be published.