୨୦ଟି ସ୍କୁଲର ମାନ୍ୟତା ରଦ୍ଦ କଲା ସିବିଏସ୍‌ଇ

add-all

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଦେଶର ବିଭିନ୍ନ ରାଜ୍ୟରେ ଥିବା ୨୦ଟି ସ୍କୁଲ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ସବୁ ସ୍କୁଲଗୁଡିକର ମାନ୍ୟତା ରଦ୍ଦ କରିଛି ସିବିଏସଇ। ଅଚାନକ ଚଢାଉ କରି ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ବୋର୍ଡ।
ଚଢାଉ ସମୟରେ ଅନେକ ବିଦ୍ୟାଳୟରେ ଡମି (ନକଲି) ଛାତ୍ରଛାତ୍ରୀଙ୍କ ନାମଲେଖା ଯାଇଥିବା ଜଣାପଡିଛି। ସେହିପରି ଅଯୋଗ୍ୟ ଶିକ୍ଷକଶିକ୍ଷୟତ୍ରୀ ନିଯୁକ୍ତି ଏବଂ ରେକର୍ଡଗୁଡିକ ସଠିକ୍ ଭାବରେ ପରିଚାଳିତ ହେଉ ନଥିଲା। ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ବୋର୍ଡ ୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କରିବା ସହ ତିନୋଟି ବିଦ୍ୟାଳୟକୁ ଡାଉନଗ୍ରେଡ୍ କରିଛି।
ବୋର୍ଡ ଏହି ବିଦ୍ୟାଳୟଗୁଡ଼ିକର ତାଲିକା ମଧ୍ୟ ପ୍ରକାଶ କରିଛି। ଏଥିରେ ଦିଲ୍ଲୀର ପାଞ୍ଚଟି ବିଦ୍ୟାଳୟର ମାନ୍ୟତା ବାତିଲ ହୋଇଥିବା ବେଳେ ଗୋଟିଏ ବିଦ୍ୟାଳୟକୁ ଡାଉନଗ୍ରେଡ୍ କରାଯାଇଛି। ଏଥିସହିତ ଛତିଶଗଡ, ଆସାମ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ କେରଳର କିଛି ବିଦ୍ୟାଳୟ ରହିଛି। ଓଡ଼ିଶାରେ ସେପରି କୌଣସି ବିଦ୍ୟାଳୟର ମାନ୍ୟତା ରଦ୍ଦ ହୋଇନାହିଁ।
ଦିଲ୍ଲୀରେ ମାନ୍ୟତା ରଦ୍ଦ ହୋଇଥିବା ବିଦ୍ୟାଳୟ
ସିଦ୍ଧାର୍ଥ ପବ୍ଲିକ୍ ସ୍କୁଲ୍, ଦିଲ୍ଲୀ -୮୧
ଭାରତ ମାତା ସରସ୍ୱତୀ ବାଲ ମନ୍ଦିର, ଦିଲ୍ଲୀ- ୪୦
ନ୍ୟାସନାଲ ପବ୍ଲିକ୍ ସ୍କୁଲ୍, ଦିଲ୍ଲୀ -୪୦
ଚାନ୍ଦ ରାମ ପବ୍ଲିକ୍ ସିନିୟର ସେକେଣ୍ଡାରୀ ସ୍କୁଲ୍, ଦିଲ୍ଲୀ-୩୯
ମାରିଗୋଲ୍ଡ ପବ୍ଲିକ୍ ସ୍କୁଲ୍, ଦିଲ୍ଲୀ -୩୯
ଦିଲ୍ଲୀରେ ଡାଉନଗ୍ରେଡ୍ ସ୍କୁଲ୍
ଦ ବିବେକାନନ୍ଦ ସ୍କୁଲ୍, ନରେଲା

ad-week
Leave A Reply

Your email address will not be published.