ଦୁଇଟି ସ୍ଥାନରୁ ଗଞ୍ଜେର ଚୋରାଚାଲାଣ ବେଳେ ଦାରିଙ୍ଗବାଡ଼ି ପୋଲିସର ବଡ଼ ସଫଳତା, ୨ ଗିରଫ

add-all

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା। ପୃଥକ୍ ପୃଥକ୍ ଦୁଇଟି ସ୍ଥାନରୁ ଗଞ୍ଜେର ଚୋରା ଚାଲାଣ ବେଳେ ଜବତ କରିଛି ଦାରିଙ୍ଗବାଡିର ପୋଲିସ। ପ୍ରାପ୍ତ ସୂଚନା ପ୍ରକାରେ ଗତ କାଲି ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଁ ଆଇ ଆଇ ସି ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱରେ ପ୍ରଥମେ କିରୁକୁଟି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାନାଜୁ ଗ୍ରାମରୁ ୩ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ସମୟରେ ମାଡ଼ି ବସିଥିଲେ ଦାରିଙ୍ଗବାଡ଼ି ପୋଲିସ। ଦ୍ୱିତୀୟତଃ ବାଲିଗୁଡା ଠାରୁ ବ୍ରାହ୍ମଣୀଗାଁ କୁ ୩ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ବେଳେ ଭାଇ ଭଉଣୀଙ୍କୁ ଲିରିକେତା ଘାଟିରେ ଜବତ କରିଥିଲେ। ଭାଇଭଉଣୀ ତାଜୁଙ୍ଗିଆ ପଞ୍ଚାୟତ ଜାଡ଼ାଙ୍ଗୀ ଗ୍ରାମର ବୋଲି ଜଣାପଡିଛି । ଜବତ ଥିବା ଗଞ୍ଜେଇ ସମେତ ଚୋରା ଚାଲାଣ କାରିଙ୍କୁ ୫୧/ ୨୪ ଏବଂ ୫୨/୨୪ କେସ ନମ୍ୱର ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି।

ad-week
Leave A Reply

Your email address will not be published.