
ଦାରିଙ୍ଗବାଡ଼ି, ୨୩/୩ : ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପର୍ଯ୍ୟାୟ ରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ତେଣୁ ପ୍ରଶାସନିକ ସ୍ତରରେ ସମସ୍ତ ନିର୍ବାଚନ କିପରି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତି ଚାଲୁଛି। ଏହି ପରିପ୍ରେକ୍ଷୀରେ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ମେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ କିପରି ଅବାଧ ଓ ଶୃଙ୍ଖଳିତ ହେବ ସେଥିପାଇଁ ବ୍ରାହ୍ମଣୀଗାଁ ପୋଲିସର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ଵ୍ୟବସ୍ଥା କିପରି ଠିକ ଠାକ୍ ରହିବ ଓ ନିର୍ବାଚନ କିପରି ଠିକରେ ସରିବ ସେଥିପାଇଁ ବ୍ରାହ୍ମଣୀଗାଁ ପୋଲିସ ଦ୍ୱାରା ଆଜି ଫ୍ଲାଗ ମାର୍ଚ୍ଚ ବ୍ରାହ୍ମଣୀଗାଁ ବଜାର ସମେତ ସାହି, ଚର୍ଚ୍ଚ ରୋଡ, ମେଡିକାଲ ରୋଡରେ କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚରେ ଥାନା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ନେତୃତ୍ବରେ ଏସଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସଆଇ ରମାକାନ୍ତ ସେଠୀ, ଏଏସଆଇ ଶଙ୍କର ୱାଡ଼ାକା ପ୍ରମୁଖଙ୍କ ସହିତ ପୋଲିସ ଫୋର୍ସ ଯୋଗ ଦେଇଥିଲେ। ପୋଲିସକୁ ଜନ ସାଧାରଣ ସହଯୋଗ କରିବା ସହିତ ନିର୍ବାଚନକୁ ଶ୍ରୁଙ୍ଖଳିତ ଭାବେ ସମାପନ କରିବାକୁ ଅନୁରୋଧ କରାଯାଇଛି। ସେହିପରି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ମାନଙ୍କରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ବୋଲି ଥାନା ଅଧିକାରୀଙ୍କ ସୂଚନା ରହିଛି।