ଅଜଣା ନବଜାତ ମୃତ ଶିଶୁ ଉଦ୍ଧାର

add-all

ଫୁଲବାଣୀ : ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଡାକପାଲା ସାହି ସ୍ଥିତ ସାଲୁଙ୍କି ନଦୀରେ ଏକ ଅଜଣା ନବଜାତ ଶିଶୁ ଭାସୁଥିବା ନେଇ ସ୍ଥାନୀୟ ଏକ ଯୁବକ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁଙ୍କୁ ଖବର ଦେଇଥିଲେ ଡେରି ନକରି ଟିମ୍ ସଦସ୍ୟ ଭି.ଜଗନ୍ନାଥ ରାଜୁ ମହେଶ ସୁବୁଦ୍ଧି ,ରବୀନ୍ଦ୍ର ମହାରଣା ସାର୍ଥକ ନନ୍ଦ ପ୍ରଧାନ ଏବଂ ସସ୍ମିତା ସାହୁ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ଟିମ୍ ସଦସ୍ୟ ଅନୁଧ୍ୟାନ କଲାବେଳେ ଶିଶୁ କନ୍ୟାଟି ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଏବଂ ଟାଉନ୍ ଥାନା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଟାଉନ ଥାନା ଅଧିକାରୀ କନକ କୁମାର ମାଝି ମହୋଦୟ ଏବ ଏସ ଆଇ ସୋରଜ କୁମାର ସାହୁ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ଏବଂ ଘଟଣାର ତଦାରଖ କରି ସାରିବା ପରେ ମୃତ ଶିଶୁର ଶବଟିକୁ ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହକୁ ପଠାଇଛନ୍ତି।

ad-week
Leave A Reply

Your email address will not be published.