ହୋଲି ପାଇଁ ଭୁବନେଶ୍ୱର ପୋଲିସର କଡା ସୁରକ୍ଷା ବ୍ୟବସ୍ଥା, ଅମାନିଆଙ୍କ ଉପରେ ନଜର

add-all

ଭୁବନେଶ୍ୱର : ହୋଲି ପାଇଁ ଭୁବନେଶ୍ୱର ପୋଲିସର ସୁରକ୍ଷା ବ୍ୟବସ୍ଥା । ୩୧ଟି ସ୍ଥାନରେ ପୋଲିସ ଅମାନିଆକୁ ଜଗିବ । ପିସିଆର ସହ ୧୭ଟି ମୋବାଇଲ ଭେହିକିଲ ବୁଲିବେ। ଅମାନିଆଙ୍କ ଉପରେ ସିସିଟିଭିରେ ନଜର ରଖିବ ପୋଲିସ । ଷ୍ଟାଇକିଙ୍ଗ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ଜଗିବ ପୋଲିସ । କେମିକାଲ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ ।

ଜଣେ ଡିଏସପିଙ୍କ ନେତୃତ୍ୱରେ ଯାଞ୍ଚ କରାଯିବ। ୪ ଜଣ adcpଙ୍କ ନେତୃତ୍ୱରେ ୮ଜଣ ଏସିପିଙ୍କ ସହ ଆଇଆଇସି, ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ହୋଲିରେ ମଦ ପିଇ ଗାଡି ଚଲାଇଲେ ଧରିବ ପୋଲିସ। ହୋଲିରେ ରାସ୍ତାରେ ଯୁବତୀଙ୍କୁ କମେଣ୍ଟ ମାରିଲେ ଜଗିବ ମହିଳା ପୋଲିସ। ରୋଡ଼ ରୋମିଓଙ୍କୁ ମଧ୍ୟ ଜଗିବ ପୋଲିସ। ହୋଲି ନାଁରେ କର୍ମୀସିଆଲ ପାର୍ଟି କରୁଥିଲେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଦେବେ। ପାର୍ଟିରେ ନିଶା କାରବାର ଉପରେ ନଜର ରଖିବ ପୋଲିସ।

ad-week
Leave A Reply

Your email address will not be published.