ISIS ଲିଙ୍କ୍ ସନ୍ଦେହରେ ଜଣେ IIT ଛାତ୍ର ଅଟକ

add-all

ISIS ଲିଙ୍କ୍ ସନ୍ଦେହରେ ଜଣେ ଆଆଇଟି ଗୁହାଟୀ ଛାତ୍ର ଅଟକ। ଅଟକ ହୋଇଥିବା ଛାତ୍ର ଚତୁର୍ଥ ବର୍ଷର ବାୟୋଟେକ୍ନୋଲୋଜି ବିଭାଗର। ସେ ନିକଟରେ ଏକ ସୋଶାଲ ମିଡିଆ ପ୍ଲାଟଫର୍ମ ଏବଂ ଇମେଲରେ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଚାହୁଁଥିବା କହିଥିଲେ।

ଏପରି ଖୋଲା ଲେଟର୍ ଲେଖିବା ପରେ ଆଇଆଇଟି-ଗୁଆହାଟି କ୍ୟାମ୍ପସରୁ ନିଖୋଜ ହୋଇଯାଇଥିଲେ। ଆଜି ପୁଲିସ ତାଙ୍କୁ ଆସାମର କାମ୍ରୁପ ଜିଲ୍ଲା ହାଜୋରୁ ଠାବ କରିଛି।  

ପୁଲିସ ସୂତ୍ର ଅନୁଯାୟୀ, ଦିଲ୍ଲୀର ଏହି ଛାତ୍ର ଜଣକ ଲିଙ୍କଡଇନରେ ଏକ ନୋଟ୍ ଲେଖି ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଚାହୁଁଥିବା କହିଥିଲେ। ଏହାପରେ ତାଙ୍କ ଉପରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ଆଜି ଗୁହାଟୀଠାରୁ ପ୍ରାୟ 30 କିଲୋମିଟର ଦୂରରେ ଥିବା କାମ୍ରୁପ ଜିଲ୍ଲାର ହାଜୋରୁ ଠାବ ହୋଇଛନ୍ତି।

ଅତିରିକ୍ତ ପୁଲିସ ଅଧୀକ୍ଷକ (ଏସଟିଏଫ) କଲ୍ୟାଣ କୁମାର ପାଠକ କହିଛନ୍ତି ଯେ, ଏକ ଇମେଲ ପାଇବା ପରେ ଆମେ ସତ୍ୟାସତା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛୁ। ତାଙ୍କ ହଷ୍ଟେଲ ରୁମରୁ ଆଇଏସଆଇଏସ ପତାକା ଏବଂ ଏକ ଇସଲାମିକ ହସ୍ତପୁସ୍ତକ ସଦୃଶ ଏକ କଳା ପତାକା ଜବତ କରାଯାଇଥିବା ସୂତ୍ରରୁ ଜଣାପଡିଛି।

ହଷ୍ଟେଲରେ ସେ ଏକୁଟିଆ ରହୁଥିଲେ। କ୍ୟାମ୍ପସରେ ତାଙ୍କର କୌଣସି ସାଙ୍ଗ ନଥିବା ପୁଲିସ କହିଛି। ବର୍ତ୍ତମାନ ସମ୍ପୃକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। 

ad-week
Leave A Reply

Your email address will not be published.