
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ ଆଜି ଦିନ ୨୪/୦୩ ରିଖରେ ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମାଝିଙ୍କ ତତ୍ତାବୋଧନରେ ଓ ଶ୍ରୀ ମନୋରଞ୍ଜନ ବେହେରା ଏସ ଆଇ, ରାଇଘର ବିଏସଏଫ ମିଳିତ ଭାବେ ଅଚାନକ ହାତୀବେନା ରେଭିନ୍ୟୁ ଗ୍ରାମରେ ପହଞ୍ଚି ସେଠାରୁ ଏକ ଫ୍ଲାଗ ମାର୍ଚ୍ଚ ବାହାରି ସାପ୍ତାହିକ ଗଣ୍ଡାଡିହି ହାଟ ଉପର ଦେଇ ପଦ ଯାତ୍ରା ଆରମ୍ବ କରି ହାତୀବେନା ଡିଏନକେ ଗ୍ରାମ ଦେଇ ଲାଲମାଟି ଯାଏ ଦୀର୍ଘ ପାଞ୍ଚ କିଲୋମିଟର ପଥ ଅତିକ୍ରମ କରିଥିଲେ। ଜନସାଧାରଣଙ୍କ ପାଇଁ ସବୁବେଳେ ପ୍ରଶାସନ ଜାଗ୍ରତ ଅଛନ୍ତି କହି ସଚେତନା ବାର୍ତ୍ତା ଦେଲେ ରାଇଘର ପୋଲିସ ପ୍ରଶାସନ ଓ ବିଏସଏଫ ଯବାନମାନେ। କୌଣସି ଅସାମାଜିକ କର୍ମ ଦୁବୃର୍ତ୍ତମାନେ କରିବାକୁ ଗଲେ, ପୋଲିସ ପ୍ରଶାସନ ରାଇଘର ବ୍ଲକରେ ଜାଗ୍ରତ ଅଛନ୍ତି କହି ଅନ୍ୟାୟ ଅତ୍ୟାଚାର କରୁଥିବା ବ୍ୟକ୍ତିମାନଙ୍କ ମନରେ ଭୟ ଯେପରି ରହିବ ତାହାର ଏକ ପ୍ରତିଫଳକ ଏହି ଫ୍ଲାଗ ମାର୍ଚ୍ଚ। ଆଜିର ଏହି ଫ୍ଲାଗ ମାର୍ଚ୍ଚ କରିବା ଦ୍ଵାରା ହାତୀବେନା ଗ୍ରାମ, ଜୁନାନି ଗ୍ରାମ, ଉଦୟପୁର ଗ୍ରାମ, ବୀରପୁର ଗ୍ରାମ, ପାଥରପାରା ଗ୍ରାମ, ଗଣ୍ଡାଡିହି ଗ୍ରାମ ଓ ହାତୀବେନା ଡିଏନକେ ଗ୍ରାମ ସହ ଆଖ ପାଖ ସାପ୍ତାହିକ ହାଟରେ ଆସିଥିବା ସମସ୍ତ ଜ୍ଞାନୀ ଗୁଣି ବୁଦ୍ଧିଜୀବୀ ମାନେ ଅଞ୍ଚଳ ବାସୀଙ୍କ ସଚେତନ କରାଇବାରୁ ରାଇଘର ଥାନାର ଭାରପ୍ରାପ୍ତ ଆଦିକାରୀ ଶ୍ରୀ ରଘୁନାଥ ମାଝୀଙ୍କୁ ପ୍ରଶଂସା କରିଛନ୍ତି।