ନିଲମ୍ବନ ହେଲେ ସହିଦନଗର ଏସଆଇ, ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ

add-all

ଭୁବନେଶ୍ଵର: ନିଲମ୍ବନ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛି ବିଭାଗ । ଗତକାଲି ଜବତ ଗାଡି ଛାଡିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଟଙ୍କା ଜବତ କରିବା ସହ ସହିଦନଗର ଥାନା ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ସହିଦନଗର ଥାନା ଅଞ୍ଚଳରେ ଚେକିଂ ବେଳେ ପୁରୀର ମନୋରଞ୍ଜନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ପୋଲିସ । ତାଙ୍କ ଗାଡିକୁ ମଧ୍ୟ ଜବତ କରାଯାଇଥିଲା । ଚେକିଂ ସମୟରେ ଏସଆଇ ପ୍ରିୟବ୍ରତ ଯୁବକଙ୍କ ଡିଏଲକୁ ଜବତ କରିଥିଲେ । ଏହାକୁ ସସପେଣ୍ଡ ପାଇଁ ଆରଟିଓକୁ ପଠାଯାଇଥିଲା । କିନ୍ତୁ ଡିଏଲ ତିନିମାସ ପାଇଁ ସସପେଣ୍ଡ ନକରି ଫେରାଇ ଦେବାକୁ ମନୋରଞ୍ଜନକୁ କହିଥିଲେ ଏସଆଇ । ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏହାପରେ ମନୋରଞ୍ଜନ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରି ୨ ହଜାର ଟଙ୍କା ନେଇ ଏସଆଇକୁ ଦେବା ପାଇଁ ସହିଦ ନଗର ଥାନା ଯାଇଥିଲେ । ଏସଆଇ ପ୍ରିୟବ୍ରତ ପ୍ରଧାନ ଉକ୍ତ ଲାଞ୍ଚ ଟଙ୍କା ନେବା ବେଳେ‌ ତାଙ୍କୁ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ତୁରନ୍ତ ତାଙ୍କୁ ପିସି ଆକ୍ଟରେ ଗିରଫ କରାଯାଇଥିଲା ।

ad-week
Leave A Reply

Your email address will not be published.