ସିବିଆଇ ବିରୁଦ୍ଧରେ ନିର୍ବାଚନ ଆୟୋଗରେ ଫେରାଦ ହେଲେ ମହୁଆ

add-all

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ବିରୁଦ୍ଧରେ ନିର୍ବାଚନ ଆୟୋଗରେ ଫେରାଦ ହୋଇଛନ୍ତି ତୃଣ ମୂଳ କଂଗ୍ରେସ ସାଂସଦ ପ୍ରାର୍ଥୀ ମହୁଆ ମୈତ୍ର। ସିବିଆଇ ମତେ ହଇରାଣ କରୁଛି, ଏଥିପାଇଁ ମୋ ନିର୍ବାଚନ ପ୍ରଚାର-ପ୍ରସାରରେ ବାଧା ସୃଷ୍ଟି ହେଉଥିବା ସେ ଅଭିଯୋଗ କରିଛନ୍ତି।

ଗତକାଲି ମହୁଆଙ୍କ ବାସଭବନ ସମେତ ତାଙ୍କ ନାମରେ ଥିବା ଏକାଧିକ ସ୍ଥାନରେ ଚଢାଉ କରିଥିଲା ସିବିଆଇ। ଆଜି ସେ ଏନେଇ ନିର୍ବାଚନ ଆୟୋଗରେ ଫେରାଦ ହୋଇଛନ୍ତି। ମହୁଆ କହିଛନ୍ତି ଯେ, ମୁଁ ପ୍ରାର୍ଥୀ ଥିବା ଜାଣି ମଧ୍ୟ ସିବିଆଇ କ୍ରମାଗତ ଭାବେ ଚାରିଟି ସ୍ଥାନରେ ଚଢାଉ କରିବାର କାର୍ଯ୍ୟକ୍ରମ ରଖିଛି। 

ମୋ ପ୍ରଚାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଏବଂ ମତଦାନ ପୂର୍ବରୁ ମୋ ଭାବମୂର୍ତ୍ତି ଉପରେ ଏକ ନକାରାତ୍ମକ ଧାରଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସିବିଆଇ ଏପରି କରୁଥିବା ମହୁଆ ଅଭିଯୋଗ କରିଛନ୍ତି। 

ପ୍ରକାଶ ଥାଉ କି, ସଂସଦରେ ଅନୈତିକ ଆଚାରଣ ପାଇଁ ଗତ ବର୍ଷ ଡିସେମ୍ବରରେ ଲୋକସଭାରୁ ମହୁଆ ବହିଷ୍କାର ହୋଇଥିଲେ। ତାଙ୍କ ନାଁରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ସେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ବହିଷ୍କାର କରାଯାଇଥିଲା। 

୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଟିଏମସି ତାଙ୍କୁ ଟିକେଟ୍ ଦେଇଛି। ସେ କୃଷ୍ଣନଗର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।  

ad-week
Leave A Reply

Your email address will not be published.