ବିଜେପି ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ସହ ସମ୍ୱର୍ଦ୍ଧନା ସଭା

youtube

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ “ନିର୍ବାଚନ ପ୍ରସ୍ତୁତି ବୈଠକ ସହ ସମ୍ୱର୍ଦ୍ଧନା ସଭା” ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ସ୍ଥାନୀୟ ଆସ୍କାରୋଡ଼ ହରିଡ଼ାଖଣ୍ଡି ଛକ ସ୍ଥିତ ତ୍ରିଲୋକ ସେଲିବ୍ରେସନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଯୋଗ ଦେଇ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଯଶସ୍ୱୀ କରିବା ପାଇଁ ମୋଦି ଗ୍ୟାରେଣ୍ଟିକୁ ପାଥେୟ କରି ବୁଥ୍ ସ୍ତରର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ବାନ କରିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ନିକଟରେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା କେ.ଅନିଲ କୁମାର,ଅଶୋକ ଶୁକ୍ଳା,ବଦ୍ରି ନାରାୟଣ ନାୟକ,ଏନ୍.ଧନଞ୍ଜୟ ରାଓ,ଅନିଲ କିଶୋର ପତି,ଏଲ୍.ଗୋପି,ସଞ୍ଜୟ ଜେନା, ୱାଇ.ପ୍ରକାଶ,ରାଜେନ୍ଦ୍ର ସେଠୀ, ଏଲ୍.ହରିନାଥ,ରୋଷନ୍ ପୃଷ୍ଟି,ମନୋଜ ନାୟକ,ଏନ୍.ତିରୁମଲା ରେଡ଼ୀ,ସୁରେଶ ବେହେରା,ଲକ୍ଷ୍ମୀ ନାରାୟଣ ମହାପାତ୍ର,ସୁବ୍ରତ ପ୍ରଧାନ,ନବଜିତ୍ ଗୈାଡ଼,ସଞ୍ଜୟ ଦାସ,ଅସିତ୍ ଶତପଥି,ମୋନିତା ଦାସ,କେ.ପ୍ରଶାଦ ରାଓ,ପଦ୍ମ ଚରଣ ନାୟକ,ବିରେନ୍ଦ୍ର ରାଉତ,ମନୋଜ ବେହେରା ପ୍ରମୁଖ ବହୁ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଓ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଦଳ ପକ୍ଷରୁ ଉପଢ଼ୌକନ ସହ ଦଳୀୟ ଟୋପି ପିନ୍ଧାଇ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧିତ କରିଥିଲେ ।

ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସବକା ସାଥ୍ ସବକା ବିକାଶ,ସବକା ପ୍ରୟାସ ଏବଂ ସବକା ବିଶ୍ୱାସର ଗୁରୁମନ୍ତ୍ରକୁ ନେଇ ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ମାନେ ବ୍ରହ୍ମପୁର ବିଧାନସଭାକୁ ବିଜୟନ୍ମୁଖୀ କରାଇବେ ବୋଲି ଶ୍ରୀ ପତି ଆଶା ବ୍ୟକ୍ତ କରିଥିଲେ । ପଚିଶି ବର୍ଷର ଶାସନ କାଳରେ ଓଡ଼ିଆ ନେତୃତ୍ବ ନେଇପାରିଲେ ନାହିଁଁ ଯେ, ବର୍ତ୍ତମାନ ଓଡ଼ିଶାରେ ଜଣେ ତାମିଲ୍ ପ୍ରଶାସକ ଓଡ଼ିଆର ଅସ୍ମିତା ସହିତ ଖେଳିବାକୁ ସାହାସ କରୁଛି । ସମୟ ଆସିଛି ଓଡ଼ିଶାରେ ଲୋକଙ୍କ ସରକାର ଗଢ଼ିବାର, ତାମିଲ୍ ଛାୟା ଶାସନ ହଟେଇବାର, ଏହା ହିଁ ପ୍ରକୃଷ୍ଠ ସମୟ ଓଡ଼ିଶାରେ ଡ଼ବଲ୍ ଇଞ୍ଜିନ୍ ସରକାର ଗଢ଼ିବାର ବୋଲି ଶ୍ରୀ ପତି ନିଜର ଅଭିଭାଷଣ ରଖିଥିଲେ । ନିକଟ ଅତୀତରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା କେ.ଅନିଲ କୁମାର ସ୍ୱାଗତ ସମ୍ୱର୍ଦ୍ଧନା ଅବସରରେ କହିଥିଲେ ଯେ ବ୍ରହ୍ମପୁର ମହାନଗର ବିକାଶ ପାଇଁ କେନ୍ଦ୍ର ଦେଉଥିବା ଅର୍ଥକୁ ବ୍ରହ୍ମପୁରର ଜନପ୍ରତିନିଧି ମାନେ ନିଜ ସ୍ୱାର୍ଥରେ ବିନିଯୋଗ କରି ବ୍ରହ୍ମପୁରର ବିକାଶଧାରାରେ ବାଧକ ସୃଷ୍ଟି କରୁଛନ୍ତି । ବିଜେପି ଶାସିତ ରାଜ୍ୟ ମାନଙ୍କରେ ବିକାଶ ଶିର୍ଷ ଛୁଇଁଛି ଯାହାକି ମୋତେ ଆକୃଷ୍ଟ କରିଥିଲା । ପ୍ରଧାନମନ୍ତ୍ରୀ ଗରିବ ଅର୍ଣ୍ଣ କଲ୍ୟାଣ ଯୋଜନା ମାଧ୍ୟମରେ ମୁକ୍ତ ରାସନ୍,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗରିବଙ୍କୁ ଘର,”ହର ଘର ନଳ” ଯୋଜନା ମାଧ୍ୟମରେ ପ୍ରତି ଘରକୁ ପାଣି,ଦୀନଦୟାଲ ଉପାଧ୍ୟାୟ ଗ୍ରାମିଣ ଜ୍ୟୋତି ଯୋଜନା ମାଧ୍ୟମରେ ବିଦ୍ୟୁତ୍ ସଂଯୋଗ,ଭାରତରେ ଗ୍ରାମାଞ୍ଚଳରେ ବିକାଶ ଦ୍ୱାରା ବିକଶିତ ଭାରତ ଗଠନ ହେଇପାରିବ ଯାହାକି ମୋତେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆକୃଷ୍ଟ କରିଥିଲା ଏଣୁ ବହୁ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗ ଦେଇଛନ୍ତି ବୋଲି କେ.ଅନିଲ କୁମାର କହିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଏକଜୁଟ୍ ହୋଇ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଆସନ୍ତା ସାଧାରଣ ନିର୍ବାଚନରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ବାନ କରିଥିଲେ । କର୍ପୋରେଟର ସବିତା ସାହୁ କହିଥିଲେ ଯେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା କେବେ ମଧ୍ୟ ନିଜର ସ୍ୱାଭିମାନକୁ ବିକ୍ରି କରେନାହିଁ । ମୋଦିଙ୍କ ସୈନିକ ଭାବେ ବ୍ରହ୍ମପୁର ବିଧାନସଭାରେ ଭାରତୀୟ ଜନତା ପାର୍ଟିକୁ ଯଶସ୍ୱୀ କରେଇବାକୁ ନିଜର ପୂର୍ଣ୍ଣ ସମୟ ଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ନଗର ଛାତ୍ର କଂଗେସ ନେତା ପତିତପାବନ ଗନ୍ତାୟତ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ୍ ହେଇଥିଲେ ଏହା ସହ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ସୁନିଲ କୁମାର ସାହୁଙ୍କୁ ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରର ମିଡ଼ିଆ ସଂଯୋଜକ ଭାବେ ଦାୟୀତ୍ବ ମିଳିଥିବାରୁ ତାଙ୍କୁ ଦଳ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା । ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଶ୍ରୀ ସାହୁ ଏବଂ ଶ୍ରୀ ଗନ୍ତାୟତଙ୍କୁ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍ ରାଣୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ଉପସଭାନେତ୍ରୀ ମୋନିତା ଦାସ,ପ୍ରେମଶିଳା ନନ୍ଦ,,ଡ଼ି.ଅନିଲ ରାଓ,ଏସ୍.ଶ୍ରୀନୀବାସ,ଆଶିଷ ସାହୁ,ସସ୍ମିତା ଦାସ,ବାଙ୍କନିଧି ସେଠୀ,ଅସିତ୍ ପଣ୍ଡା,ଆନନ୍ଦ ମହାଙ୍କୁଡ଼,ମଦନ ସାହୁ,ସନ୍ତୋଷୀ ଦାସ,ରାମହରି ଖଣ୍ଡୁଆଳ,ସୈମେନ୍ଦ୍ର ଦାସ,ଶଙ୍କର ମହାପାତ୍ର,ଟି.ରବି କିରଣ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.