ପୁଅର ଟାଙ୍ଗିଆ ଚୋଟରେ ବାପାମା’ ମୃତ

add-all

ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ବସିରା ଗାଁରେ ଜଣେ ବ୍ୟକ୍ତି ଟାଙ୍ଗିଆରେ ଆକ୍ରମଣ କରି ତାଙ୍କ ବାପା ଓ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକମାନେ ହେଲେ ଗୁରୁଚରଣ ମୁଣ୍ଡା ଓ ପାଲି ମୁଣ୍ଡା। ଆଜି ସକାଳ ପ୍ରାୟ ୮ଟା ବେଳେ ଘର ଅଗଣାରେ ହଠାତ୍ ଗୁରୁଚରଣଙ୍କୁ ଆକ୍ରମଣ କରିଥିଲେ ତାଙ୍କ ପୁଅ ଧ୍ୟାନ ମୁଣ୍ଡା। ସେ ପ୍ରଥମେ କାଠ ଫାଳିଆ ଓ ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏହା ଦେଖି ମା’ ପାଲି ମୁଣ୍ଡା ତାଙ୍କୁ ବାଧା ଦେଇଥିଲେ। ହେଲେ ଧ୍ୟାନ ମୁଣ୍ଡା ମା’ଙ୍କୁ ବି ଛାଡ଼ି ନଥିଲେ।

ଧ୍ୟାନ ମୁଣ୍ଡାଙ୍କ ଟାଙ୍ଗିଆ ଚୋଟରେ ବାପା ଗୁରୁଚରଣ ମୁଣ୍ଡା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ପାଲି ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଚମ୍ପୁଆ ପୁଲିସ ଅଭିଯୁକ୍ତ ଧ୍ୟାନ ମୁଣ୍ଡାଙ୍କୁ ଗିରଫ କରିଛି। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ। ଚମ୍ପୁଆ ଏସଡିପିଓ ଓ ଆଇଆଇସି ଘଟଣାର ଅନୁସନ୍ଧାନ କରୁଥିବାବେଳେ, ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ସାହାଯ୍ୟ ମଧ୍ୟ ନିଆଯାଇଛି।

ଆଜି ଏହି ଘଟଣା ଘଟିବା ବେଳେ ଧ୍ୟାନଙ୍କ ଦୁଇ ନାବାଳକ ପୁଅ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା କଥା, ସ୍ତ୍ରୀ ଛାଡ଼ି ପଳାଇବା ପରେ ଧ୍ୟାନ ମୁଣ୍ଡା ମାନସିକ ଅବସାଦରେ ରହୁଥିଲେ । ଅଧିକାଂଶ ସମୟ ସେ ଚୁପ୍‌ ରହୁଥିଲେ।

ad-week
Leave A Reply

Your email address will not be published.